ଶୀତଦିନେ ପିନ୍ଧନ୍ତୁ ରଫଲ ଜିନ୍ସ

25

ଥଣ୍ଡା ପାଗରେ ମୋଟା ପୋଷାକ ପିନ୍ଧିବା ଅଧିକାଂଶଙ୍କ ପସନ୍ଦ । ମୋଟା ପୋଷାକ ତାଲିକାରେ ଜିନ୍ସ ପ୍ୟାଣ୍ଟ ମଧ୍ୟ ସ୍ଥାନ ପାଇଛି । ଏବର୍ଷ ଶୀତରେ ସାଧାସିଧା ଜିନ୍ସ ପ୍ୟାଣ୍ଟ ନ କିଣି କେତୋଟି ଷ୍ଟାଇଲିଶ୍ ଜିନ୍ସ କିଣନ୍ତୁ । ସେଗୁଡ଼ିକ ହେଲା: 

ରଫେଲ ଜିନ୍ସ: ଏଥିରେ ପ୍ୟାଣ୍ଟର ଗୋଡ଼ ପାଖକୁ ସୁନ୍ଦର ଡ଼ିଜାଇନ ଥାଏ । ଛୋଟ ଟପ୍ସ କିମ୍ବା ଲମ୍ବା କୁର୍ତ୍ତା ସହ ଆପଣ ପିନ୍ଧି ପାରିବେ । 

ରଫଲ ୱେଷ୍ଟ: ଯୁବତୀମାନେ ଏହିଭଳି ଜିନ୍ସ ପ୍ୟାଣ୍ଟ ପିନ୍ଧିଲେ ସେମାନଙ୍କୁ ମାନିଥାଏ । ଅଣ୍ଟା ପାଖକୁ ଫୁଲ କଢ଼ ପରି ଡ଼ିଜାଇନ ଥାଏ । ଛୋଟ ଟପ କିମ୍ବା ସାର୍ଟ ଏହା ସହ ପିନ୍ଧନ୍ତୁ । 

ହରେମ ଜିନ୍ସ: କର୍ମଜୀବୀ ମହିଳାଙ୍କ ପାଇଁ ଏହା ଏକ ଭଲ ଡ଼ିଜାଇନ ପୋଷାକ । ଲମ୍ବା କୁର୍ତ୍ତା ସହ ଏହି ଗୋଡ଼ ଜକା ଜିନ୍ସକୁ ପିନ୍ଧିଲେ ସୁନ୍ଦର ଲାଗିବେ । 

କ୍ରୋଚେଟ ଜିନ୍ସ: କୌଣସି ପାର୍ଟିକୁ ଯିବାର ଥିଲେ, ଏହି ଜିନ୍ସ ସହ ଭଲ ଡ଼ିଜାଇନ ହୋଇଥିବା କୁର୍ତ୍ତା ପିନ୍ଧିଲେ ଖୁବ୍ ଆକର୍ଷଣୀୟ ଦେଖାଯିବେ ।

Comments are closed, but trackbacks and pingbacks are open.