ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୁନିଶା

24

ମୁମ୍ଵାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ନେଇ ନୂଆ ଖବର ଆସିଛି। ନିଜ ସୋ ‘ଅଲି ବାବା ଦସ୍ତାନ–ଏ-କାବୁଲ’ ସେଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କ ପୂର୍ବତନ ପ୍ରେମିକା ଶିଜାନ ମହମ୍ମଦ ଖାନ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅଭିନେତା ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ନୂଆ ଖୁଲାସା ହେଉଛି । ଶିଜାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସକୁ ପଚରାଉଚରା ବେଳେ ଶିଜାନ ଅନେକ ବଡ଼ ଖୁଲାସା କରିଛନ୍ତି। ଅଭିନେତା କହିଛନ୍ତି ଯେ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ମଧ୍ୟ ତୁନିଶା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଶିଜାନ ତାଙ୍କୁ ଉଦ୍ଧାର କରିଥିଲେ। ଏହା ବିଷୟରେ ତୁନିଶାଙ୍କ ମାଆଙ୍କୁ ମଧ୍ୟ ଜଣାଇବା ସହ ତାଙ୍କର ବିଶେଷ ଯତ୍ନ ନେବାକୁ କହିଥିଲେ ଶିଜାନ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ତୁନିଶା କିଛି ଖାଉ ନ ଥିଲେ। ଯେଉଁ ଦିନ ତୁନିଶା ଆତ୍ମହତ୍ୟା କରିଥିଲେ, ସେଦିନ ଶିଜାନ–ତୁନିଶା ଖୁଆଇବାକୁ ବହୁତ ଚେଷ୍ଟା କରିଥିଲେ ଶିଜାନ। କିନ୍ତୁ ସେ ଖାଇ ନଥିଲେ ବୋଲି ପୋଲିସକୁ କହିଛନ୍ତି। ଏହା ପରେ ସେ ତୁନିଶାଙ୍କୁ କହିଥିଲେ ‘ତୁ ଚାଲ ସେଟ୍‌କୁ , କିଛି ସମୟ ପରେ ସେ ଆସିବେ ବୋଲି ତୁନିଶା ତାଙ୍କୁ କହିଥିଲେ। ତା’ପରେ ଆଉ ଫେରି ନଥିଲେ । ବର୍ତ୍ତମାନ ଏ ଭିଡିଓ ବାର୍ତ୍ତାରେ ତୁନିଶାଙ୍କ ମା ଭନିତା ଅଭିଯୋଗ କରିଛନ୍ତି ଯେ ଶିଜାନ ପୂର୍ବରୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ପରେ ସମ୍ପର୍କ ଭାଙ୍ଗି ଦେଇଥିଲେ। ସେ ଅନ୍ୟ ଏକ ଝିଅ ସହ ସମ୍ପର୍କରେ ଥାଇ ତୁନିଶାଙ୍କ ସହ ରହିଥିଲେ। ଗୋଟିଏ ଦିନ ପୂର୍ବରୁ ତୁନିଶା ତାଙ୍କ ମାଙ୍କୁ କହିଥିଲେ ଯେ ମା, ମୋ ହୃଦୟରେ ଗୋଟିଏ କଥା ଅଛି, ଯାହା ମୁଁ ଆପଣଙ୍କୁ କହିବାକୁ ଚାହେଁ। ମୋ ପାଖକୁ ଶିଜାନ ଫେରି ଆସନ୍ତୁ କିନ୍ତୁ ସେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି, ତୁମେ ଥରେ ତା ସହ ସହ କଥା ହେବେ କି? ଏହା ପରେ ତୁନିଶାଙ୍କ ମା ଶିଜାନଙ୍କୁ ଡାକି ତାଙ୍କ ଝିଅର ଜୀବନକୁ ଫେରିଆସିବାକୁ କହିଥିଲେ। ହେଲେ ସେ କହିଥିଲେ ମୋତେ କ୍ଷମା କର । ତୁନିଶାଙ୍କ ମାଆ କହିଛନ୍ତି ମୁଁ କହିବାକୁ ଚାହେଁ ଯେ ଶିଜାନଙ୍କୁ ଦଣ୍ଡ ଦିଆଯିବା ଉଚିତ, ମୁଁ ମୋର ପିଲାକୁ ହରାଇଛି ।

Comments are closed, but trackbacks and pingbacks are open.