କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ

29

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ଥିବା ଜଣାପଡ଼ିଛି। ତାଙ୍କୁ ଆଜି ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ୬୩ ବର୍ଷୀୟ ସୀତାରମଣଙ୍କୁ ‘ଏମ୍‌ସ୍‌’ର ଏକ ‘ପ୍ରାଇଭେଟ୍‌ ୱାର୍ଡ’ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀସ୍ଥିତ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅଳ୍ପ ଦିନ ପୂର୍ବେ ତାମିଲନାଡୁସ୍ଥିତ ଏକ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ କହିଥିଲେ ଯେ, ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ମାନର ଔଷଧ ଉତ୍ପାଦନ କରୁଥିବାରୁ ଭାରତକୁ ‘ଫାର୍ମାସି ଅଫ୍‌ ଦି ୱାଲର୍ଡ’ ମାନ୍ୟତା ମିଳିଛି। ସେ କହିଥିଲେ ଯେ, ଜେନେରିକ୍‌ ମେଡିସିନ୍‌ ନିମନ୍ତେ ଆଫ୍ରିକାର ୫୦%, ଆମେରିକାର ୪୦% ଏବଂ ଇଂଲଣ୍ଡର ୨୫% ଚାହିଦା ପୂରଣ କରୁଛି ଭାରତ। ଏହାଛଡ଼ା, ଭାରତ ବୈଶ୍ବିକ ଟିକାର ୬୦% ଓ  ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘ଏସେନ୍‌ସିଆଲ୍‌ ଇମ୍ୟୁନାଇଜେନସ୍‌ ସ୍କିମ୍‌’ ପାଇଁ ଆବଶ୍ୟକ ଟିକାର ୭୦% ଉତ୍ପାଦନ କରୁଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

Comments are closed, but trackbacks and pingbacks are open.