ଆଇପିଏଲ ୨୦୨୩ ମିନି ଅକ୍ସନ: ପ୍ରଥମ ଖେଳାଳି ଭାବେ ବିକ୍ରି ହେଲେ କେନ ୱିଲିୟମସନ

54

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଅକ୍ସନର ପ୍ରଥମ ଖେଳାଳି ଭାବେ କେନ ୱିଲିୟମସନଙ୍କ ନାମ ଘୋଷଣା ହୋଇଛି । ଏହି ୱାରରେ କେବଳ ଗୋଟିଏ ଦଳ ଆଗକୁ ଆସିଥିଲା । ପଳରେ ନିଜ ବେସ ପ୍ରାଇସ ୨ କୋଟି ଟଙ୍କାରେ ନିଲାମ ହୋଇଛନ୍ତି ୱିଲିୟମସନ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳୁଥିବା ଗୁଜୁରାଟ ଟାଇଟନ୍ସ ସେ ଦଳରେ ସାମିଲ ହୋଇଛନ୍ତି । ଅର୍ଥାତ ୱିଲିୟମସନ ଚଳିତବର୍ଷ ହାର୍ଦ୍ଦିକଙ୍କ ଅଧିନରେ ଖେଳୁଥିବା ନଜର ଆସିବେ । ତେବେ ଗୁଜୁରାଟରେ ୱିଲିୟମସନ ସାମିଲ ହେବା ପରେ ହାର୍ଦ୍ଦିକଙ୍କ ଅଧିନାୟକ ପଦକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଆଇପିଏଲ ୨୦୨୩ରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ଆଶଙ୍କା ଦେଖାଦେଇଛି । ତେବେ ଅବଶ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏହି ରେସରେ କେନ ୱିଲିୟମସନଙ୍କଠାରୁ ଖଚୁବ ଆଗରେ ରହିଛନ୍ତି । ତେବେ ୱିଲିୟମସନ ମଧ୍ୟ ଅଧିନାୟକ ଭାବେ ଦଳ ନିକଟରେ ଏକ ବିକଳ୍ପ ହୋଇ ରହିବେ ।

Comments are closed, but trackbacks and pingbacks are open.