ଲଞ୍ଚ୍ ଟେବଲ୍‌ରେ ମୋଦୀ ଓ ଖଡ୍‌ଗେ ଏକାଠି

35

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେଟ୍ ଇୟର୍ ୨୦୨୩କୁ ରେଖାଙ୍କିତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ସଂସଦର ସହଯୋଗୀଙ୍କ ସହିତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ଲଞ୍ଚ୍‌ର ଆନନ୍ଦ ନେଉଛନ୍ତି । ପ୍ରଧାନମନ୍ତ୍ରୀ ପାଖାପାଖି ୪୦ ମିନିଟ୍ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୋଦୀ ଏହି ଅବସରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସହିତ ବସି ଭୋଜନର ଆନନ୍ଦ ଉଠାଇଥିଲେ । ଏହି ସ୍ୱତନ୍ତ୍ର ଲଞ୍ଚ୍ ପାଇଁ ଜୁଆର, ବାଜରା ଏବଂ ରାଗୀରେ ପ୍ରସ୍ତୁତ ରୁଟି ଏବଂ ମିଠାଇ ସହିତ କେତେକ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଥିôବା କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.