ଆତ୍ମହତ୍ୟା ନୁହେଁ ବରଂ ସିଧାସଳଖ ହତ୍ୟା: ସ୍ମୃତି ପଟ୍ଟନାୟକ

31

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଗୋବିନ୍ଦ ସାହୁର ମୃତ୍ୟୁ ପରେ ଘଟଣାର ରହସ୍ୟ ଆହୁରି ବଢିଯାଇଛି ଆଜି ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ ସାହୁ କଂଟାବାଞ୍ଜି ଜେଲ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ନିଜର ମନ୍ତ୍ରୀ, ନେତାଙ୍କୁ ବଂଚାଇବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ସିଧାସଲଖ ହତ୍ୟା ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଘଟିଯାଇଥିବା ବଡ ବଡ ଅପରାଧରେ ଶାସକ ବିଜେଡିର ବଡ ବଡ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି । ଆଇନର ବାଟକୁ ଓଗାଳି ତଦନ୍ତକୁ ବାଟବଣା କରିବା ସହିତ ସଂପୃକ୍ତ ଅପରାଧୀମାନଙ୍କୁ ଖସାଇ ଦେବା ପାଇଁ ଶାସକ ବିଜେଡି ଦ୍ୱାରା ପ୍ରଚେଷ୍ଟା ଜାରୀ ରହିଛି । ନିଜ ନେତା ଓ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସାକ୍ଷୀମାନଙ୍କୁ ହତ୍ୟା କରି ପ୍ରମାଣକୁ ନଷ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି ରାଜ୍ୟ ସରକାର ।
ଶାସକ ଦଳର କଳାକାରନାମାକୁ ଲୁଚାଇବାକୁ ଯାଇ ସରକାରୀ କଳମାଧ୍ୟମରେ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି । ଗୋବିନ୍ଦ ସାହୁଙ୍କୁ ପ୍ରଥମେ ଥାନା ଭିତରୁ ଖସେଇ ଦେବାର ପ୍ରୟାସ ପରେ ଆଜି ଜେଲ୍ ପରିସରରେ ହତ୍ୟା କରାଯାଇଛି । ମମିତା ମେହେର ହତ୍ୟା ଘଟଣାରେ ପ୍ରଥମରୁ ହିଁ ଗୃହ ବିଭାଗର କାର୍ଯ୍ୟକଳାପ ସନ୍ଦେହଜନକ ଥିଲା । ଘଟଣାର ପ୍ରଥମ ଦିନରୁ ହିଁ ପୋଲିସ ଏବଂ ଗୃହବିଭାଗ ଦ୍ୱାରା “ଲିପା ପୋଛା”ର କାମ ଆରମ୍ଭ ହୋଇଯାଇଥିଲା । ବର୍ତମାନ ମଧ୍ୟ ଅନୁରୁପ ଭାବେ ଗୋବିନ୍ଦ ସାହୁ ମୃତ୍ୟୁର କାରଣ ଓ ପ୍ରମାଣକୁ ଲିପାପୋଛା କରିବାର ବହୁ ଆଶଂକା ରହିଛି । ବିଭିନ୍ନ ଅପରାଧର ମୁଖ୍ୟ ସାକ୍ଷୀ ମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଯୋଜନା କରାଯାଇଥିବା ପ୍ରମାଣିତ ହୋଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Comments are closed, but trackbacks and pingbacks are open.