୯୬ ଭାରତୀୟ ଶ୍ରଦ୍ଧାଳୁଙ୍କୁ ପାକ୍ ଭିସା

31

ଇସଲାମାବାଦ: ନୂଆଦିଲ୍ଲୀସ୍ଥ ପାକିସ୍ତାନ ଦୂତାବାସ ପକ୍ଷରୁ ସୋମବାର ୯୬ ଭାରତୀୟ ଶ୍ରଦ୍ଧାଳୁଙ୍କୁ ଭିସା ପ୍ରଦାନ କରାଯାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଚକ୍‌ୱାଲ ଜିଲ୍ଲାରେ ଅବସ୍ଥିତ ଶ୍ରୀ କଟାସ୍ ରାଜ୍ ମନ୍ଦିର ପରିଦର୍ଶନ କରିବାକୁ ଏହି ଶ୍ରଦ୍ଧାଳୁମାନେ ଭିସା ପାଇଁ ଆବେଦନ କରିଥିଲେ । ଚଳିତମାସ ୨୦ରୁ ୨୫ ମଧ୍ୟରେ ଭାରତୀୟ ଶ୍ରଦ୍ଧାଳୁ ଏହି ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ-ପାକ୍ ଦ୍ୱିପାକ୍ଷିକ ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଧାର୍ମିକ ସ୍ଥଳ ପରିଦର୍ଶନ କରିବାକୁ ଉଭୟ ଭାରତୀୟ ଓ ପାକିସ୍ତାନୀ ଶ୍ରଦ୍ଧାଳୁଙ୍କୁ ବିନା କଟକଣାରେ ଏଭଳି ଭିସା ପ୍ରଦାନ କରାଯାଇଥାଏ ।

Comments are closed, but trackbacks and pingbacks are open.