ଶେହନାଜ୍ ବଦଳିଗଲେ କି !

30

ମୁମ୍ବାଇ: ଚୁଲବୁଲୀ ଶେହନାଜ ଗିଲ୍ ନିକଟରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ନିମନ୍ତ୍ରିତ ହୋଇଆସିଥିଲେ । ଭାରି ମନଖୋଲା ଝିଅ ଶେହନାଜ, ହେଲେ ଏଥରକ ତାଙ୍କ ହାବଭାବ ଦେଖି ଅନ୍ୟମାନେ ବିରକ୍ତି ପ୍ରକାଶ କରିଛନ୍ତି । ତାଙ୍କ ସହ ପୂର୍ବରୁ କାମ କରିଥିବା ଜଣେ ୟୁନିଟ ଲୋକ କହିଛନ୍ତି, ଶେହନାଜ ଅତି ସାଧାରଣ ସ୍ୱଭାବର ଝିଅ । ଏଥରକ କିନ୍ତୁ ସେ ନଖରାମି ଦେଖାଇ କଥା ହେଉଛନ୍ତି । ବଡ଼ ବ୍ୟାନର ଚଳଚିତ୍ରରେ କାମ କରୁଥିବାରୁ ତାଙ୍କ ସ୍ୱଭାବ ବଦଳିଯାଇଥିବା ଅନ୍ୟମାନେ କହୁଛନ୍ତି । ସତରେ, କ’ଣ ଶେହନାଜ ବଦଳିଗଲେ ଏହା ଏବେ ପ୍ରଶଂସକଙ୍କ ମହଲରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।  

Comments are closed, but trackbacks and pingbacks are open.