ଆଜିଠୁ ଥରିବ ଦକ୍ଷିଣ ଓଡ଼ିଶା

20

ଭୁବନେଶ୍ବର : ରାଜ୍ୟକୁ ପୁଣି ଧୀରେଧୀରେ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୦.୪ ଡିଗ୍ରି ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୧.୬ ଡିଗ୍ରି, ସୁନ୍ଦରଗଡ଼ରେ ୧୨ ଡିଗ୍ରି ଓ ବାଲେଶ୍ବରରେ ୧୨.୩ ଡିଗ୍ରି ତାପମାତ୍ରା ରହିଥିବା ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପାରଦସ୍ତରରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଦେଖାଯିବ। ଫଳରେ ଦକ୍ଷିଣ ଓଡ଼ିଶା ଆଜିଠାରୁ ଥରିବ। ଏଥିସହ ଆସନ୍ତା ୨ ଦିନରେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ଖସିବା ସହ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଏଥିସହ ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳୁଛି। କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ଶନିବାର ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିବ। ଆଜି ରାଜଧାନୀ ଓ ଏହାର ଆଖପାଖ ଆଞ୍ଚଳର ପାଗ ଖରାଟିଆ ରହିବ। ଆକାଶ ନିର୍ମଳ ରହିବ ଓ ଖରା ଟାଣ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ।

Comments are closed, but trackbacks and pingbacks are open.