ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦ ଫେରାର୍ ଘୋଷିତ

30

ଶାହଜହାନ୍‌ପୁର: ଶାହଜାନ୍‌ପୁରରେ ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ ସମ୍ପର୍କିତ ୧୧ ବର୍ଷ ତଳର ଏକ ମାମଲାରେ ଏମ୍‌-ଏମ୍‌ଏଲ୍‌ଏ କୋର୍ଟ ପୂର୍ବତନ କେନ୍ଦ୍ର ରାଜ୍ୟମନ୍ତ୍ରୀ ସ୍ୱାମୀ ଚନ୍ମୟାନନ୍ଦଙ୍କୁ ଫେରାର୍ ଘୋଷଣା କରିଛନ୍ତି । ଏହି ମାମଲାରେ ଶାହଜାନ୍‌ପୁର ଏମ୍‌-ଏମ୍‌ଏଲଏ କୋର୍ଟର ଆଡିସ୍‌ନାଲ୍ ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ ଅସମା ସୁଲ୍‌ତାନ ଚିନ୍ମୟାନନ୍ଦଙ୍କ ବିରୋଧରେ ଜାମିନବିହିନୀ ୱାରେଣ୍ଟ୍ (ଏନ୍‌ବିଡବ୍ଲ୍ୟୁ) ଜାରିକରି ଚଳିତ ବର୍ଷ ଅକ୍ଟୋବର ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୂର୍ବତନ ମନ୍ତ୍ରୀ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ଗୁରୁବାର କୋର୍ଟ ତାଙ୍କୁ ଫେରାର୍ ଘୋଷଣା କରିବା ସହିତ ଧାରା ୮୨ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର କପି ଚିନ୍ମୟାନନ୍ଦଙ୍କ ଘର ବାହାରେ ଏବଂ ସାର୍ବଜନୀନ ସ୍ଥାନରେ ଲଗାଇବାକୁ ଆଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.