ପାନ, ଗୁଟ୍‌ଖାର ଦରବଢିବ

30

ନୂଆଦିଲ୍ଲୀ : ପାନ, ଗୁଟଖା ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ଆଗାମୀ ଦିନରେ ଏସବୁ ସାମଗ୍ରୀର ଦର ବଢିବାକୁ ଯାଉଛି। ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାର ପ୍ରସ୍ତାବ ସମେତ ଅନ୍‌ଲାଇନ୍ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ଼ ଉପରେ ୨୮% ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ। ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ବିଚାର କରିପାରେ। ଯଦି ଏହା ହୁଏ ତେିବେ ଆଗାମୀ ଦିନରେ ଗୁଟ୍‌ଖା ଏବଂ ପାନ ମସଲା ମହଙ୍ଗା ହେବ। ବୈଠକ ମନ୍ତ୍ରୀଗୋଷ୍ଠୀ ଜିଏସ୍‌ଟି ହାର ଲାଗୁ ପ୍ରସଙ୍ଗରେ ତା’ର ରିପୋର୍ଟ ଦାଖଲ କରିସାରିଛି। ମନ୍ତ୍ରୀ ଗୋଷ୍ଠୀ ଗୁଟଖା ଏବଂ ପାନ ମସଲା ଉପରେ ସ୍ବତନ୍ତ୍ର ଭାବେ ୩୮% ଟିକସ ଲାଗୁ କରିବା ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏହାକୁ ପରିଷଦ ଅନୁମୋଦନ ଦିଏ ତେବେ ଗୁଟଖା ଏବଂ ପାନ୍ ମସାଲା ମହଙ୍ଗା ହେବ ଏବଂ ସରକାର ଏହାର ବିକ୍ରୟରୁ ଅଧିକ ରାଜସ୍ୱ ପାଇବେ।

Comments are closed, but trackbacks and pingbacks are open.