କେଶ ଓ ଚର୍ମ ପାଇଁ ଉପକାରୀ ହୋଇଥାଏ କଲରା

28

ଶୀତଦିନ ଆସିଗଲେ ସାଧାରଣତଃ ଚିନ୍ତା ପଡ଼ିଯାଇଥାଏ କେଶ ଓ ଚର୍ମର ସୁରକ୍ଷା ନିମନ୍ତେ । ହେଲେ ଆପଣ ଜାଣନ୍ତି କି କେଶ ସହ ତ୍ୱଚ୍ଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ କଲରା । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି । ଏହାର କଡା ଟେଷ୍ଟ ପାଇଁ କମ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଅଧିକାଂଶ ଲୋକେ ଏହାର ସ୍ୱାଦ ଅପେକ୍ଷା ଏହାର ଔଷଧୀୟ ଗୁଣ ପାଇଁ ଖାଇଥାନ୍ତି । କଲରା ସ୍ୱାସ୍ଥ୍ୟ ପାଇଁ ବହୁତ କିଛି ଫାଇଦା ଦେଇଥାଏ ।  କଲରା ଆଉ କ’ଣ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା ।

କେଶ ଓ ଚର୍ମ ପାଇଁ ହୋଇଥାଏ ଲାଭକାରୀ

କଲରାରେ ଭିଟାମିନ ସି ଥିବାରୁ ଏହା ଫ୍ରି ରାଡିକଲସ ସହ ଲଢ଼ିବାକୁ କ୍ଷମତା ରଖିଥାଏ । ଫ୍ରି ରାଡିକଲସ ଆପଣଙ୍କ ବୟସ ବଢ଼ାଇବାରେ କାମ କରିଥାଏ । କଲରା କେଶରେ ହେଉଥିବା ରୁପି ଓ ଫାଇନ ଲାଇନ୍ସ ସହ ଲଢ଼ିଥାଏ । ଏହା ଚର୍ମକୁ ସୂର୍ଯ୍ୟଙ୍କର ହାନିକାରକ ଅଲଟ୍ରା ଭାୟୋଲେଟ୍‌ କରିଣରୁ ବଂଚାଇଥାଏ ।

ରୁପୀ ବା ଡାଣ୍ଡ୍ରୁପ ଭଲ କରିଥାଏ

ଯଦି ଆପଣ ରୁପି ବା ଡାଣ୍ଡ୍ରୁପ ଯୋଗୁ ଅସୁବିଧା ଭୋଗୁଛନ୍ତି, ତେବେ ଆପଣ କଲରା ଜୁଶକୁ ଆପଣଙ୍କ କେଶ ମୂଳେ ଲଗାନ୍ତୁ । ଏହାଦ୍ୱାରା ଖୁବ୍‌ ଶୀଘ୍ର ଆପଣଙ୍କ ରୁପୀ ଭଲ ହୋଇଯିବ ।
କେଶକୁ ଚମକଦାର ବନାଇଥାଏ

କଲରା ଆପଣଙ୍କ କେଶକୁ ନରମ ଓ ଚମକଦାର ବନାଇଥାଏ । ଏଥିପାଇଁ ବାଳ ଉପରେ କଲରା ଜୁଶକୁ ମାଲିସ କରନ୍ତୁ । ଅଧା ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ଆପଣଙ୍କ ବାଳକୁ ଚମକାଇ ଦେବ ।

ଚର୍ମ ସଂକ୍ରମଣରୁ ବଂଚାଇ ଥାଏ

ପ୍ରତିଦିନ କଲରା ଖାଇବା ଦ୍ୱାରା କେତେ ପ୍ରକାର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ଏକ୍‌ଜିମା ଓ ସୋରିଆସିସ ଭଳି ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ।

ବାଳ ଝଡିବାକୁ ରୋକିଥାଏ

ଯଦି ଆପଣ ଖାଦ୍ୟରେ କଲରାକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ କେଶ ଝଡିବାକୁ ମଧ୍ୟ ରୋକିଥାଏ । ଏଥିପାଇଁ କଲରା ପେଷ୍ଟକୁ ବାଳ ମୂଳରେ ଲଗାନ୍ତୁ ଓ ପୁଣି କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ମୂଳ ସଫା ହେବା ସହ ବ୍ଲଡ ସର୍କୁଲେସନ ମଧ୍ୟ ବଢ଼ିବ । ଏହାଦ୍ୱାରା କେଶ ଝଡିବା ବନ୍ଦ ହେବା ସହ କେଶର ଗ୍ରୋଥ ମଧ୍ୟ ହୋଇଥାଏ ।

Comments are closed, but trackbacks and pingbacks are open.