ଏଗ୍ରିକଲଚର ଲିଡ଼ରସିପ୍‌ ଆୱାର୍ଡ- ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ

50

ଭୁବନେଶ୍ୱର :କୃଷିର ବିକାଶ ଓ କୃଷକ କଲ୍ୟାଣରେ ଅତୁଳନୀୟ ଅବଦାନ ନିମନ୍ତେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡେ ଗ୍ରୁପ୍‌ ପକ୍ଷରୁ ତ୍ରୟୋଦଶ ଏଗ୍ରିକଲଚର ଲିଡ଼ରସିପ୍‌ ଆଓା୍ର୍ଡ-୨୦୨୨ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ଜାତୀୟ ସ୍ତରରେ ଗଠିତ ଜୁରି ପ୍ୟାନେଲ୍‌ କୃଷି ଉତ୍ପାଦିକତା ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ସହ କୃଷି କ୍ଷେତ୍ରରେ ନୂତନ ଓ ଜନପି୍ରୟ ନୀତି ନିର୍ଦ୍ଧାରଣ କରିଥିବାରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ବିବେଚିତ କରିଛନ୍ତି ।

ଆଜି ନୂଆଦିଲ୍ଲୀର ଏରୋସିଟିସ୍ଥିତ ହଲିଡେ ଇନ୍‌ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ବିଭାଗ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଏବଂ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସ୍ୱାଧୀନୋତ୍ତର ଭାରତବର୍ଷରେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଏକ ଆତ୍ମନିର୍ଭରଶୀଳ ରାଜ୍ୟ ହେବା ସହିତ ବଳକା ଚାଉଳ ରାଜ୍ୟ ବାହାରକୁ ରପ୍ତାନୀ କରୁଛି । ୨୦୨୦-୨୧
ବର୍ଷରେ ରାଜ୍ୟରେ ରେକର୍ଡ ୧୩୦.୩୯ ଲକ୍ଷ ମେଟି୍ରକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି । ୨୦୦୦-୦୧ ବର୍ଷରେ ରାଜ୍ୟରେ ୫୫.୩୫ ଲକ୍ଷ ମେଟି୍ରକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାବେଳେ ବିଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ଦୁଇଗୁଣରୁ ଅଧିକ ହୋଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷିର ନିରନ୍ତର ଓ ସାମଗି୍ରକ ବିକାଶ ନିମନ୍ତେ ବିଭାଗ ପକ୍ଷରୁ କୃଷି ନୀତି-୨୦୨୦ ‘ସମୃଦ୍ଧି’ ପ୍ରଣୟନ କରାଯାଇଛି । ରାଜ୍ୟରେ ବ୍ୟାପକ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରିଛି । ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ଉତ୍ପାଦନ ବୃଦ୍ଧି ପାଇଛି । କୃଷକମାନଙ୍କ ନିମନ୍ତେ ପ୍ରଣୀତ ଯୋଜନାର ସଫଳ ରୂପାୟନରେ ଯେପରି ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରହିବ ଏବଂ ଚାଷୀମାନଙ୍କ ନିକଟରେ ଯୋଜନାର ଲାଭ ସିଧାସଳଖ ପହଞ୍ଚିପାରିବ, ସେଥି ନିମନ୍ତେ ଯୋଜନା ଓ ସେବାଗୁଡ଼ିକୁ ଅନ୍‌ଲାଇନ୍‌ରେ ଯୋଗାଇଦେବା ପାଇଁ ବିଭାଗ ଦ୍ୱାରା ପୋର୍ଟାଲ ବିକଶିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇ ରାଜ୍ୟରେ ବ୍ୟାପକ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି । ଏଥି ସହିତ ସମନ୍ୱିତ କୃଷିକୁ ଗୁରୁତ୍ୱ ଦିଆଯାଇ କୃଷି ସହିତ ଆନୁଷଙ୍ଗିକ କୃଷିକୁ ଚାଷୀମାନଙ୍କ ନିମନ୍ତେ ସର୍ବାଧିକ ଆୟର ସୁଯୋଗ ସୃଷ୍ଟି କରାଯାଇଛି । କୃଷିଜାତ ଦ୍ରବ୍ୟର ବିକି୍ରବଟାର ସୁବିଧା ନିମନ୍ତେ ବଜାର ସଂଯୋଗୀକରଣ କରାଯାଇ କୃଷକମାନଙ୍କ ଆୟବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । କୃଷକମାନଙ୍କ କଲ୍ୟାଣ ନିମନ୍ତେ ‘କାଳିଆ’ ଯୋଜନା ଓ ଭୂମିହୀନ ଚାଷୀମାନଙ୍କୁ ସହଜରେ ଋଣ ଯୋଗାଣ ନିମନ୍ତେ ‘ବଳରାମ’ ଯୋଜନା ପ୍ରଣୟନ କରାଯାଇଛି ।
ଲୋକମାନଙ୍କୁ ପୁଷ୍ଟିଶସ୍ୟ ଯୋଗାଇଦେବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଗଠନ କରାଯାଇଛି । ଏହା ଏକ ମଡେଲ ମିଶନ ଭାବରେ ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।
ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ୍‌ ଆଗତ କରିବା ସହିତ କୃଷି ବଜେଟ୍‌ରେ କ୍ରମାଗତ ବ୍ୟୟବରାଦି ବୃଦ୍ଧି କରିଛନ୍ତି ଏବଂ କୃଷି କ୍ୟାବିନେଟ୍‌ ଗଠନ କରିଛନ୍ତି । ଏହାର ଫଳସ୍ୱରୂପ କୃଷି ଉତ୍ପାଦନରେ ଆଶାତୀତ ଭାବେ ବୃଦ୍ଧି ପାଇବା ସହିତ କୃଷକମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହୋଇପାରିଛି ।

Comments are closed, but trackbacks and pingbacks are open.