‘ଅତିଥି ଦେବୋ ଭବ’ ବିଶ୍ୱ କପ୍ ହକି ପାଇଁ ସୁସଜ୍ଜିତ ଏବଂ ସକ୍ରିୟ ହେଉଛି ସହର

34

ଭୁବନେଶ୍ୱର : ଆମ ରାଜ୍ୟ ବିଶ୍ୱ କପ୍ ହକିର ଦ୍ୱିତୀୟବାର ଆୟୋଜନ କରୁଥିବାବେଳେ ,ଏଥିପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆୟୋଜନକୁ ଗୋଷ୍ଠୀ ଅଭିମୁଖୀ କରାଇବାର ପ୍ରୟାସ ଜାରି ରଖିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବି ଏମ୍ ସି) ଏବଂ ସଂଯୁକ୍ତ ସରକାରୀ କାର୍ଯ୍ୟଳୟ ଓ ବିଭାଗ ସମୁହ ।
ଏହି ଉଦ୍ୟେଶ୍ୟରେ ଆଜି ଅପରାହ୍ନରେ ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା(ସୁଡା) ସଭାଗୃହରେ ଆୟୋଜିତ ହୋଇଯାଇଛି ଦୁଇଟି ବୈଠକ । ମାନ୍ୟବର ମେୟର ଶ୍ରୀମତି ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତ ରହି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ I ପ୍ରଥମ ବୈଠକରେ ଭୁବନେଶ୍ୱରରୁ ପ୍ରାୟ ୭୦ ଗୋଟି ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇ ସରକାରଙ୍କ ପ୍ରୟାସରେ ସହଯୋଗ କରିବାକୁ କଥାଦେଇଛନ୍ତି । ବି ଏମ୍ ସି ପକ୍ଷରୁ ସହଯୋଗ ଆଶା କରି ସଫେଇ, ଇଳେକ୍ଟ୍ରିସିଟି ଏବଂ ହକିର ଛାପର କଟ୍ ଆଉଟ୍ ଯୋଗାଣ ନିମନ୍ତେ କେତେକ ଅନୁଷ୍ଠାନ ଅନୁରୋଧ କରିଥିଲେ । ସେମାନଙ୍କ ମଧ୍ୟରୁ କେତୋଟି ଅନୁଷ୍ଠାନ ନିଜର ମଣ୍ଡପକୁ ଯଥାସାଧ୍ୟ ସଜେଇବା ଏବଂ ଏଥିରେ ଏଲ୍ ଇ ଡି ଳଗାଇ ହକି ଦେଖାଇବା ଭଳି କର୍ଯ୍ୟକ୍ରମ କରାଇବାର ପ୍ରତିଶ୍ରୁତି ଦେଇଛନ୍ତି । ଏ ସଂକ୍ରାନ୍ତ ରେ ବି ଏମ୍ ସି ତରଫରୁ କ’ଣ ସହଯୋଗ ରହିବ ଏହା ସରକାରଙ୍କ ସହିତ ଆଲୋଚନା ପରେ ଜଣାଇ ଦିଆଯିବ ବୋଲି କହିଛନ୍ତି
ମାନ୍ୟବର ମେୟର । ସହରର ସମସ୍ତ ଅନୁଷ୍ଠାନ ସରକାରଙ୍କ ଏହି ପଦକ୍ଷେପରେ ସହଯୋଗ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି I
ଅନୁରୁପ ଭାବେ ବିଭିନ୍ନ ପରିବହନ ଅନୁଷ୍ଠାନରୁ ପ୍ରାୟ ୪୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯୋଗ ଦେଇଛନ୍ତି ।ଏମାନଙ୍କ ସହିତ ପରିମଳ, ସହରର ସୌନ୍ଦର୍ଯ୍ୟ, ପରିବହନ ସମୟରେ ଆଚରଣ, ଟ୍ରାଫିକ୍ ନିୟମ, ସହରର ହକି ପର୍ବକୁ ସୂଚାଇବା ପାଇଁ ଷ୍ଟିକର୍‌, ଡ୍ରାଇଭର୍ ଙ୍କ ତଥ୍ୟ ଇତ୍ୟାଦି ପ୍ରଦର୍ଶନ ବାବଦରେ ଆଲୋଚନା ମାନ କରାଯାଇଛି । ଅନୁଷ୍ଠାନ ଗୁଡିକ ପୂର୍ଣ୍ଣ ସହଯୋଗ କରିବେ ବୋଲି କଥା ଦେଇଥିବାେବେଳେ ସରକାର ଏବଂ ବି ଏମ୍ ସି ଏହି ବାବଦରେ ପରିବହନ ଏବଂ ପ୍ରାଇଭେଟ ପରିବହନ ଯାନ ର ରହଣୀ ସ୍ଥଳ ବାବଦରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଉପସ୍ଥିତ ସଂସ୍ଥାମାନଙ୍କର କର୍ମକର୍ତା । ଅନ୍ୟମାନଙ୍କ ମଧ୍ୟରେ ବି ଏମ୍ ସି ର ଅତିରିକ୍ତ କମିଶନର ବିନୟ କୁମାର ଦାଶ, ଡିସିପି ଟ୍ରାଫିକ୍‌ ଠାକୁର ପ୍ରସାଦ ପାତ୍ର, ଆର୍ ଟି ଓ ୧ ଏବଂ ୨ ବିକାଶ ଚନ୍ଦ୍ର ଚୌଧୁରୀ ଓ ସନତ କୁମାର ଜେନା , ଏସି ପି ସ୍ୱସ୍ତିକ୍ ପଣ୍ଡା ଓ ପୁଲିସ୍ ଅଧିକରୀ ରଂଜନ କୁମାର ଦୋରା ଯୋଗ ଦେଇଥିଲେ । ବି ଏମ୍ ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଳେ ।

Comments are closed, but trackbacks and pingbacks are open.