ବିହାରରେ ବିଷାକ୍ତ ମଦ ପିଇ ୧୭ ମୃତ

24

ପାଟନା: ବିହାରର ସରନ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଷାକ୍ତ ମଦ ପିଇ ୧୭ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିବାବେଳେ ଅନ୍ୟମାନେ ଚିକିତ୍ସିତ ହେବାପୂର୍ବରୁ ମୃତ୍ୟୁବରଣ କରିଥିବା କୁହାଯାଇଛି । ଏହି ପରିପ୍ରେକ୍ଷୀରେ ପୁଲିସ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ମିଳିଲେ, ଏହା ପଛରେ ମଦ୍ୟପାନ କାରଣ ରହିଛି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ବିହାରରେ ମଦ୍ୟପାନ ଓ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ ହୋଇଥିବାବେଳେ ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଧବାର ବିଧାନସଭାରେ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍‌କ୍ଷିପ୍ତ ହୋଇପଡିଥିଲେ । ମଦମୃତ୍ୟୁ ପାଇଁ ନୀତୀଶ ଦାୟୀ ବୋଲି ବିଜେପି ବିଧାୟକ ଜନକ ସିଂହ ଅଭିଯୋଗ କରିବାପରେ ନୀତୀଶ କ୍ରୋଧାନ୍ୱିତ ହୋଇ ‘ତୁମେ ମଦ ପିଇଛ’ ବୋଲି କହିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.