ମେଡିକାଲ ପାଠ୍ୟକ୍ରମରେ ଆଜିଠୁ ସ୍ପଟ୍ କାଉନ୍‌ସେଲିଂ

30

ଭୁବନେଶ୍ୱର: ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ପୂର୍ବରୁ ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ୧୩୫ ସିଟ୍ ପୂରଣ ହୋଇପାରିନଥିବାରୁ ଏହି ସିଟ୍ ପୂରଣ ଲାଗି ଆସନ୍ତାକାଲି ସ୍ପଟ କାଉନସେଲିଂ ପ୍ରକ୍ରିୟା ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁସାରେ ୮ଟି ସରକାରୀ ମେଡିକାଲ କଲେଜର ସମସ୍ତ ସିଟ୍ ପୂରଣ ହୋଇ ସାରିଥିବା ବେଳେ ନୂଆ କରି ପ୍ରତିଷ୍ଠା ହୋଇଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୪ଟି ଏମ୍‌ବିବିଏସ୍ ସିଟ୍ ବଳକା ରହିଛି । କେନ୍ଦୁଝର ମେଡିକାଲ କଲେଜରେ ୨ ସିଟ୍ ଏସ୍‌ସି ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ବଳକା ଥିବା ବେଳେ ଗୋଟିଏ ସାଧାରଣ ବର୍ଗର ଏକ୍ସ-ସର୍ଭିସ୍‌ମ୍ୟାନ୍‌ଙ୍କ ପାଇଁ ରହିଛି । ସୁନ୍ଦରଗଡ଼ ମେଡିକାଲ କଲେଜରେ ଗୋଟିଏ ମାତ୍ର ଏମ୍‌ବିବିଏସ୍ ସିଟ୍ ଏସ୍‌ସି ବର୍ଗଙ୍କ ପାଇଁ ବଳକା ଅଛି । କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ସମସ୍ତ ଏମ୍‌ବିବିଏସ୍ ସିଟ୍ ପୂରଣ ହୋଇଥିଲେ ମଧ୍ୟ ବିଡିଏସ୍‌ରେ ୧୩ଟି ସିଟ୍ ରହିଛି । ସେଥିରୁ ୮ଟି ସାଧାରଣ ବର୍ଗ, ୩ଟି ଇଡବ୍ଲ୍ୟୁଏସ୍ ଓ ୨ଟି ସାଧାରଣ ବର୍ଗର ଗ୍ରିନ୍‌କାର୍ଡଧାରୀଙ୍କ ଲାଗି ସଂରକ୍ଷିତ ରହିଛି । ରାଉରକେଲା ଓ ଭୁବନେଶ୍ୱରରେ ଥିବା ହାଇଟେକ୍ ମେଡିକାଲ ଜଲେଜରେ ସିଟ୍ ବଳିଛି । ହାଇଟେକ୍ ଭୁବନେଶ୍ୱରରେ ଏମ୍‌ବିବିଏସ୍‌ରେ ୧୯, ବିଡିଏସ୍‌ରେ ୮୩ଟି ସିଟ୍ ବଳକା ଥିବା ବେଳେ ହାଇଟେକ୍ ରାଉରକେଲାରେ ୧୬ଟି ଖାଲି ରହିଛି । ଓଜେଇଇ ପକ୍ଷରୁ କରାଯାଇଥିବା ୨ଟି ପର୍ଯ୍ୟାୟ କାଉନସେଲିଂରେ ଏସ୍‌ସିବି କଲେଜର ଏମ୍‌ବିବିଏସ୍ ପାଠ୍ୟକ୍ରମର ୨୧୨, ଏମ୍‌କେସିଜି, ବ୍ରହ୍ମପୁରର ୨୧୨, ବୁର୍ଲା ଭୀମସାରର ୧୭୦, ଏସ୍‌ଏଲ୍‌ଏନ୍‌, କୋରାପୁଟର ୧୦୬, ପିଆରଏମ୍‌, ବାରିପଦାର ୧୦୬, ବିବି, ବଲାଙ୍ଗିର, ଏଫ୍‌ଏମ୍‌, ବାଲେଶ୍ୱର ଓ ଏସ୍‌ଜେ, ପୁରୀର ୮୫ଟି ଲେଖାଏଁ ସିଟ୍ ପୂରଣ ହୋଇଯାଇଛି । ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପୂରଣ ଲାଗି ଆସନ୍ତାକାଲି ସ୍ପଟ୍ କାଉନସେଲିଂ ଅନୁଷ୍ଠିତ ହେବ । ତେବେ କେଉଁ ରାଙ୍କଧାରିମାନେ ଭାଗ ନେବା ପାଇଁ ଯୋଗ୍ୟ ତାହାର ତାଲିକାୱେବସାଇଟ୍‌ରେ ଉପଲବ୍ଧ ହେଉଛି ।

Comments are closed, but trackbacks and pingbacks are open.