ଆଇନ ଅନୁସାରେ ନାବାଳକଙ୍କ ମଧ୍ୟରେ ସହମତି ହୋଇପାରେନା: ସିଜେଆଇ

32

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟ ଅଧୀନରେ ସହମତିର ବୟସ କମ୍ କରିବା ପାଇଁ ଚାଲିଥିବା ଡିବେଟ୍ ଉପରେ ନ୍ୟାୟପାଳିକାକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ନୂଆଦିଲ୍ଲୀରେ ପ୍ରୋଟେକ୍ସନ୍ ଅଫ୍ ଚିଲ୍‌ଡ୍ରେନ୍ ଫ୍ରମ୍ ସେକ୍ସଆଲ୍ ଅଫେନ୍‌ସେସ୍ (ପୋକ୍ସୋ) ଆକ୍ଟ ଉପରେ ୟୁନିସେଫ୍ ସହଯୋଗରେ ସୁପ୍ରିମ୍‌କୋର୍ଟ ଜୁଭେନାଇଲ୍ ଜଷ୍ଟିସ୍ କମିଟି ଦ୍ୱାରା ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ଅବସରରେ ଶନିବାର ସିଜେଆଇ ଏହା କହିଛନ୍ତି । ସେ କହିଛନ୍ତି, ପୋକ୍ସୋ ଆକ୍ଟ ଅନୁସାରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ସେକ୍‌ସୁଆଲ୍ ଆକ୍ଟ ଅପରାଧ ବୋଲି ସମସ୍ତେ ଜାଣନ୍ତି । ତେବେ ଏଥିରେ ସେମାନଙ୍କ ସହମତି ରହିଛି କି ତାହା ଦେଖାଯାଇ ନଥାଏ । କାରଣ ଆଇନ ଅନୁସାରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ସହମତି ହୋଇନଥାଏ । ସିଜେଆଇ କହିଛନ୍ତି, ମୋର ବିଚାରପତି କାର୍ଯ୍ୟକାଳରେ ଦେଖିଛି ଏହି କାଟାଗୋରୀର କେସ୍ ଜଜ୍‌ଙ୍କ ଆଗରେ ବଡ଼ ପ୍ରଶ୍ନ ଛିଡ଼ା କରିଥାଏ । ଏହି ପ୍ରସଙ୍ଗକୁ ନେଇ ଏକ ଚିନ୍ତାର ପରିବେଶ ସୃଷ୍ଟି ହେବାରେ ଲାଗିଛି, ଯାହା ଉପରେ ନ୍ୟାୟପାଳିକାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଥିରେ ଯୁବ ହେଲ୍‌ଥକେୟାର ସେକ୍ଟର୍‌ର ଏକ୍ସପର୍ଟଙ୍କ ପକ୍ଷରୁ କରାଯାଇଥିବା ଭରସାଯୋଗ୍ୟ ରିସର୍ଚ୍ଚକୁ ଆଧାର କରାଯିବା ଉଚିତ । ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ଆମ ସମାଜର ଏକ ବଡ଼ ଏକ ଲୁକ୍କାୟିତ ସମସ୍ୟା ବୋଲି ସେ ସିଜେଆଇ କହିଛନ୍ତି । କାରଣ ଏହାକୁ ଲୋକମାନେ ଲୁଚାଇଥାନ୍ତି । ତେଣୁ ଏରି ମାମଲାର ରିପୋର୍ଟ କରିବା ପାଇଁ ପରିବାରକୁ ସାହସ ଯୋଗାଇ ଦେବା ସରକାର ଏବଂ ନ୍ୟାୟ ବ୍ୟବସ୍ଥାର କର୍ତ୍ତବ୍ୟ । ସେ ଆହୁରି କହିଛନ୍ତି ଶିଶୁମାନଙ୍କୁ ସେଫ୍ ଏବଂ ଅନ୍‌ସେଫ୍ ଟଚ୍ ମଧ୍ୟରେ ପାର୍ଥକ୍ୟ ଜଣାଇବା ବହୁ ଜରୁରୀ । ମାତ୍ର ଶିଶୁର ହିତକୁ ପରିବାରର କଥିତ ଇଜ୍ଜତଠାରୁ ଅଧିକ ମାନିବା ମଧ୍ୟ ଆହୁରି ଅଧିକ ଜରୁରୀ । ସିଜେଆଇ କହିଥିଲେ ଦୁର୍ଭାଗ୍ୟର ବିଷୟ, କ୍ରିମିନାଲ୍ ଜଷ୍ଟିସ୍ ସିଷ୍ଟମ୍ ଏପରି କାମ କରୁଛି ଯାହା ଫଳରେ ପୀଡ଼ିତର ଟ୍ରମା ବହୁ ଗୁଣରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ନ୍ୟାୟପାଳିକ ଏବଂ କାର୍ଯ୍ୟକାରିଣୀକୁ ମିଳିତ ଭାବେ ଚାଲିବାକୁ ହେବ ବୋଲି ସିଜେଆଇ କହିଛନ୍ତି ।

Comments are closed, but trackbacks and pingbacks are open.