ବରଗଡ଼ ଧନୁଯାତ୍ରା ପୂର୍ବରୁ ଚାଲିଗଲେ ବଳରାମ

39

ବରଗଡ଼ : ବରଗଡ଼ ଧନୁଯାତ୍ରା ପୂର୍ବରୁ ଆସିଛି ଏକ ଦୁଖଦଃ ସମାଚାର I ଅକାଳରେ ଝରି ପଡିଛନ୍ତି ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ଶ୍ରେୟସ ପୂଜାରୀ I ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ମୂର୍ଚ୍ଛା ହୋଇ ଯାଇଥିଲେ ଶ୍ରେୟସ। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା I ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଶ୍ରେୟସ ଗତ ୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କୁନି କଳାକାର ଭାବେ ଅଭିନୟ କରୁଥିଲେ। ଏଥର ମଧ୍ଯ ସେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ । ଶ୍ରେୟସଙ୍କ ଘର ଅମ୍ବାପାଲିରେ। ତାଙ୍କ ବାପାଙ୍କ ନାଁ ମହେନ୍ଦ୍ର ପୁଝାରୀ। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ I ଶ୍ରେୟସ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି I

Comments are closed, but trackbacks and pingbacks are open.