ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

27

ଭୁବନେଶ୍ୱର: ନବୀନ ନିବାସରେ ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ସାଥିରେ ଅଛନ୍ତି ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ବିଧାୟକ ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ ।

ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ହୋଇଥିଲା ଉପ-ନିର୍ବାଚନ । ଉପ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ତାଙ୍କ ଝିଅ ବର୍ଷା ସିଂ ବରିହା । ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନଦରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବର୍ଷାଙ୍କ ବିଜୟରେ ଶୁଭେଛା ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ । ପରେ ବର୍ଷା ସିଂ ବରିହା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । ଏଥି ସହିତ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ ।

Comments are closed, but trackbacks and pingbacks are open.