ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା

32

ଭୁବନେଶ୍ୱର : ରାଜ୍ୟରେ ପାଣିପାଗରେ ହେବ ପରିବର୍ତନ I ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ । ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସ୍କାଏମେଟର ଆକଳନ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତର ରୂପ ନେବ । କ୍ରମେ ଏହା ୮ ତାରିଖ ବେଳକୁ ଦକ୍ଷିଣରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିପାରେ । ଫଳରେ ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପୂର୍ବାନୁମାନ ହୋଇଛି।ଲଘୁଚାପ ନେଇ ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ବାତ୍ୟା ହେବା ନେଇ କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା ନଥିବା ସୂଚନା ଦେଇଛି ସ୍କାଏମେଟ୍‌।

Comments are closed, but trackbacks and pingbacks are open.