ମାର୍କେଟକୁ ଆସିଲା କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଭିକ୍ଟସ୍‌-୨

21

ଭୁବନେଶ୍ୱର: କର୍ଣ୍ଣିଙ୍ଗ୍ ଇନ୍‌କର୍ପୋରେଟେଡ୍ ପକ୍ଷରୁ ସ୍ମାର୍ଟ ଫୋନ୍ ପାଇଁ ଉଦ୍ଦିଷ୍ଟ କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ ଭିକ୍ଟସ୍‌-୨କୁ ଉନ୍ମୋଚନ କରାଯାଇଛି । କଂକ୍ରିଟ୍ ଭଳି ଚଟାଣରେ ଏହି ଭିକ୍ଟସ୍‌-୨ ଗ୍ଲାସ୍ ସ୍ମାର୍ଟ ଫୋନ୍‌କୁ ସ୍କ୍ରାଚ୍ ହେବାରୁ ରକ୍ଷା କରିଥାଏ । ଲ୍ୟାବ୍ ପରୀକ୍ଷଣ ସମୟରେ ଭିକ୍ଟସ୍‌-୨ ଗରିଲା ଗ୍ଲାସ୍‌କୁ ୨ ମିଟର ଉଚ୍ଚତାରୁ କଂକ୍ରିଟ ଚଟାଣ ଉପରେ ପକାଇଥିଲେ ସୁଦ୍ଧା ସାମାନ୍ୟତମ ସ୍କ୍ରାଚ୍ ହୋଇନଥିଲା । ଏହି କାରଣରୁ ବିଶ୍ୱର ସର୍ବବୃହତ ସ୍ମାର୍ଟ ଫୋନ୍ ମାର୍କେଟଭାବେ ପରିଚିତ ଚୀନ୍‌, ଭାରତ ଓ ଆମେରିକାରେ ୮୪ ପ୍ରତିଶତ ଉପଭୋକ୍ତା ଏହି ଗରିଲା ଗ୍ଲାସ୍ କିଣିବାକୁ ଅଗ୍ରାଧିକାର ଦେଉଥିବା ଜଣାପଡିଛି । କର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ କମ୍ପାନୀର ଉପାଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର ଡେଭିଡ୍ ବେଲାସ୍‌କ୍ୱେଜ୍ କହିଛନ୍ତି ଯେ ସ୍ମାର୍ଟ ଫୋନ୍ ହେଉଛି ଆମ ଡିଜିଟାଲ ଜୀବନର କେନ୍ଦ୍ରବିନ୍ଦୁ । ସ୍ପଷ୍ଟ ଓ ଡ୍ୟାମେଜ୍ ଫ୍ରି ଡିସ୍‌ପ୍ଲେଗୁଡିକ ଉପରେ ଆମର ନିର୍ଭରଶୀଳତା ସହିତ ସ୍କ୍ରାଚ୍ ଓ ଡ୍ରପ୍ ରେଜିଷ୍ଟାନ୍ସ ପାଇଁ ଗରିଲା ଗ୍ଲାସ୍‌ର ଚାହିଦା ବେଶ ବୃଦ୍ଧି ପାଉଥିବା ସେ କହିଛନ୍ତି ।

Comments are closed, but trackbacks and pingbacks are open.