ଅକ୍ଟୋବର-୨୦୨୨ ରିପୋର୍ଟ, ୨.୩ ନିୟୁତ ହ୍ୱାଟସ୍‌ଆପ୍ ଆକାଉଣ୍ଟ ବାତିଲ

30

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବରରେ ଭାରତରେ ମୋଟ ୨.୩ ନିୟୁତ ଆକାଉଣ୍ଟକୁ ବାତିଲ କରାଯାଇଛି ବୋଲି ହ୍ୱାଟସ୍‌ଆପ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ପ୍ରାୟ ୮.୧୧ ଲକ୍ଷ ଆକାଉଣ୍ଟକୁ ଅଭିଯୋଗ ଆସିବା ପୂର୍ବରୁ ବାତିଲ କରାଯାଇଥିବା କୁହାଯାଇଛି । ମେସେଜିଂ ପାଇଁ ଉଦ୍ଦିଷ୍ଟ ଏହିି ପ୍ଲାଟଫର୍ମରେ କୌଣସି ପ୍ରକାର ଆପତ୍ତିଜନକ, ଅଶାଳୀନ, ସରକାର ବିରୋଧୀ ବିଷୟବସ୍ତୁକୁ ସ୍ଥାନିତ କରାଯାଉନଥିବା କର୍ତ୍ତୃପକ୍ଷ କହିଛନ୍ତି । ଏଭଳି ବାର୍ତ୍ତା ଚିହ୍ନଟ କରିବାକୁ ହ୍ୱାଟସ୍‌ଆପ୍ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ବିଶେଷଜ୍ଞ ଏବଂ ଡାଟା ସାଇଣ୍ଟିଷ୍ଟ୍‌ମାନଙ୍କ ସହାୟତା ନିଆଯାଉଛି । ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଫଳରେ ପ୍ରକୃତ ଉପଭୋକ୍ତାମାନେ ସୁରକ୍ଷିତ ରହିବା ସହ ହ୍ୱାଟସଆପ୍ ଉପରେ ସେମାନଙ୍କର ବିଶ୍ୱାସ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଇଛି । ଚଳିତବର୍ଷ ସେପ୍ଟେମ୍ବରରେ ଅନୁରୂପ କାରଣରୁ ଭାରତରେ ୨.୬ ନିୟୁତ ଆକାଉଣ୍ଟକୁ ବାତିଲ କରାଯାଇସାରିଛି । କୌଣସି ଅସୁବିଧା ଉପୁଜିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ଏହି ସମସ୍ୟାକୁ ଅଧିକ ମାତ୍ରାରେ ସମାଧାନ କରାଯାଇପାରିବ ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.