ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବଂ ରାଧିକା ରାୟ

28

ନୂଆଦିଲ୍ଲୀ : ଗଣମାଧ୍ୟମ ଜଗତରେ ପ୍ରବେଶ କଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ I ପ୍ରଣୟ ରIୟ ଏବଂ ରାଧିକା ରIୟ RRPR ହୋଲଡିଂ ପ୍ରାଇଭେଟ ଲିମିଟେଡ୍ ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ରୁ ଇସ୍ତଫା ଦେଇଛନ୍ତି I ନଭେମ୍ବର ୨୯ରେ ପ୍ରଣୟ ଏବଂ ରାଧିକା ଏହି ଇସ୍ତଫା ଦେଇଛନ୍ତି । ପ୍ରଣୟ ରୟ ଏବଂ ରାଧିକା ରIୟଙ୍କ ଇସ୍ତଫା ସମ୍ପର୍କରେ ଏନଡିଟିଭି କମ୍ପାନୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଆଦାନୀ ଗ୍ରୁପ୍ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି)କୁ ଦଖଲ କରିବା ପାଇଁ ଖୋଲା ଅଫର ଆଣିଥିବା ବେଳେ ଏପରି ଘଟଣା ଘଟିଛି।

ପ୍ରଣୟ ରାୟ ଏନଡିଟିଭିର ଅଧ୍ୟକ୍ଷ ରହିଥିବାବେଳେ ଓ ରାଧିକା ହେଉଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଥିଲେ । ତେବେ ଆଦାନୀ ଗ୍ରୁପ୍‌ କୌଶଳକ୍ରମେ ଏନଡିଟିଭିର ଶେୟାର କିଣି ନେଇଥିବାରୁ ସେମାନେ ଇସ୍ତଫା ଦେଇଥିବା କୁହାଯାଉଛି । ଉଭୟଙ୍କ ସ୍ଥାନରେ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନ୍ଥିଲ ସିନ୍ନେୟା ଚେଙ୍ଗଲଓ୍ଵାରାୟଣଙ୍କୁ ଆରଆରପିଆରର ବୋର୍ଡରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି।

ଆରଆରପିଆର ହୋର୍ଲ୍ଡିଂ ଜଣାଇଛି ଯେ, ସେୟାର ହସ୍ତାନ୍ତରରେ ଆଦାନୀ ଗ୍ରୁପକୁ ଏନଡିଟିଭିରେ ୨୯.୧୮ ପ୍ରତିଶତ ଅଂଶଧନ ମିଳିଯିବ। ଏହା ସହିତ ଆଦାନୀ ଗ୍ରୁପ ୨୬ ପ୍ରତିଶତ ଅତିରିକ୍ତ ଅଂଶଧନ ପାଇଁ ଡିସେମ୍ବର ୫ରେ ବଜାରରେ ଖୋଲା ପ୍ରସ୍ତାବ ରଖିବ । ଆଦାନୀ ଗ୍ରୁପ୍ ନ୍ୟୁଜ୍ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (NDTV) ର RRPR Holding Pvt Ltd ରେ ୯୯ .୫ ପ୍ରତିଶତ ଅଂଶଧନ ହାସଲ କରିଛି I ତେଣୁ ଗୌତମ ଆଦାନି ଏବେ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ମାଲିକ ହୋଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ବିଶ୍ୱପ୍ରଦାନ ବାଣିଜ୍ୟିକ ପ୍ରାଇଭେଟ ଲିମିଟେଡ୍ (ଭିସିପିଏଲ୍) ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିଃର ୯୯.୫% ଅଂଶଧନ କିଣିଥିଲା। ଭିସିପିଏଲ ହେଉଛି ଏଏମଜି ମିଡିଆ ନେଟୱାର୍କ ଲିମିଟେଡର ଏକ ସହାୟକ କମ୍ପାନୀ, ଯେଉଁଥିରେ ୧୦୦% ଅଂଶଧନ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡର ରହିଛି। ଆଦାନୀ ଗ୍ରୁପ ଅଗଷ୍ଟରେ ପରୋକ୍ଷ ଭବେ ୨୯.୧୮ ପ୍ରତିଶତ ଅଂଶଧନ କିଣିବା ପରେ ୨୬ ପ୍ରତିଶତ ଅତିରିକ୍ତ ଅଂଶଧନ ପାଇଁ ଖୋଲା ପ୍ରସ୍ତାବ ରଖିଛି। ସେବି ନଭେମ୍ବର ୭ରେ ୪୯୨.୮୧ କୋଟି ଟଙ୍କାର ଏହି ଖୋଲା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ଏହା ଜରିଆରେ ଏନଡିଟିଭିର ସେୟାର ପିଛା ୨୯୭ ଟଙ୍କା ମୂଲ୍ୟରେ ଏକ କୋଟି ୬୭ ଲକ୍ଷ ଅଂଶଧନ କିଣିବାକୁ ପ୍ରସ୍ତାବ ଦେଇଥିଲା। ଏବେ ଆଦାନୀ ଗ୍ରୁପ ଏନଡିଟିଭିର ପ୍ରମୋଟର ଆରଆରପିଆରର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡରେ ୯୯.୫ ପ୍ରତିଶତ ଅଂଶଧନ ହାସଲ କରି ନେଇଛି।

ଆଦାନୀ ଗ୍ରୁପ ୨୦୦୯ ଏବଂ ୨୦୧୦ରେ ଏନଡିଟିଭିର ବିଜନେସ୍ ପ୍ରମୋଟର ଆରଆରପିଆରର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡକୁ ୪୦୩.୮୫ କୋଟି ଟଙ୍କାର ଋଣ ଦେଇଥିଲା। ଏହାରି ବଦଳରେ ଋଣ ନେଇଥିବା ସଂସ୍ଥା କୌଣସି ବି ସମୟରେ ଏନଡିଟିଭିରେ ୨୯.୧୮ ପ୍ରତିଶତ ଅଂଶଧନ ନେବାକୁ ଚୁକ୍ତି କରାଯାଇଥିଲା।

Comments are closed, but trackbacks and pingbacks are open.