ଦିଲ୍ଲୀରେ ପୁଣି ନାରକୀୟ କାଣ୍ଡ,ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡରେ କାଟିଲା ସ୍ତ୍ରୀ

31

ନୂଆଦିଲ୍ଲୀ : ଦିଲ୍ଲୀ ପାଣ୍ଡଵ ନଗର ଅଣ୍ଚାରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ I ମିଆ’ପୁଅ ମିଶି ସ୍ୱାମୀକୁ ହତ୍ୟା କରି ୨୨ ଖଣ୍ଡରେ କାଟି ଫୋପାଡ଼ିଛନ୍ତି I ଦିଲ୍ଲୀ ସ୍ଥିତ ତ୍ରିଲୋକପୁରୀର ପାଣ୍ଡବ ନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ମୁଣ୍ଡ, ହାତ ଏବଂ ପାଦ ଇତ୍ୟାଦି ଅଙ୍ଗ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଶ୍ରଦ୍ଧା ରୀରର ଖଣ୍ଡ ହୋଇଥାଇ ପାରେ ବୋଲି ଅନୁସନ୍ଧାନ ଚଲାଇଥିବାବେଳେ ପଦାକୁ ଆସିଥିଲା ସାଙ୍ଘାତିକ ସତ୍ୟ I ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ପାଣ୍ଡବ ନଗରରେ ରହୁଥିବା ରଞ୍ଜନ ଦାସ ଏବଂ ହତ୍ୟାକାରୀ ହେଉଛନ୍ତି ତାଙ୍କ ପତ୍ନୀ ପୁନମ ଓ ସାବତ ପୁଅ ଦୀପକ I ଏହି ହତ୍ୟାକାଣ୍ଡ ଗତ ଜୁନ ମାସରୁ ହୋଇଥିବା ପୋଲିସ କହିଛି I ପୁଅ ସହ ମିଶି ପୁନମ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ,ପ୍ରତିଦିନ ରାତି ଅଧରେ ଏକ ଜରି ବ୍ୟାଗ ରେ ଖଣ୍ଡ ବିଖଣ୍ଡିତ ଶରୀରକୁ ନେଇ ବାହାରେ ଫୋପIଡୁଥିଲେ I ତେବେ ଶ୍ରଦ୍ଧା ହତ୍ୟାକାଣ୍ଡ ର ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା ସେତିକିବେଳେ ଏହି ବିଭତ୍ସ ହତ୍ୟାକାଣ୍ଡ ରେ ପର୍ଦାଫାଶ କରିଥିଲା ପୋଲିସ I ପାଣ୍ଡବନଗରର ଏହି ବିଭତ୍ସ ହତ୍ୟାକାଣ୍ଡର ସତ ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନାନୁସାରେ,ପୂର୍ବ ଦିଲ୍ଲୀ ତ୍ରିଲୋକପୁରୀର ପାଣ୍ଡବ ନଗର ଏକ ଘର ଭଡା ନେଇ ରହୁଥିଲେ ମୃତକ ରଞ୍ଜନ ଦାସ ଓ ତାଙ୍କ ପରିବାର I ପଡୋଶୀମାନଙ୍କ ସୂଚନାନୁସାରେ ପରିବାରେ ପ୍ରାୟ ସମୟ ଝଗଡା ଲାଗି ରହୁଥିଲା I ଘରର ମାଲିକାଣି ମେଘା ଉପାଧ୍ୟାୟ କହିଛନ୍ତି ଯେ ସେ ୬ ବର୍ଷ ପୂର୍ବେ ଏହି ପରିବାରକୁ ଘର ଭଡା ଦେଇ ଦେଇଥିଲେ । ପରିବାରରେ ଅନେକ ସମୟରେ ଝଗଡା ହେଉଥିଲା । ସ୍ୱାମୀ ଏବଂ ସ୍ତ୍ରୀ ପ୍ରତିଦିନ ଘରେ ଝଗଡା କରୁଥିଲେ ମଧ୍ୟ ଏହାର କାରଣ ଜଣା ପଡୁ ନ ଥିଲା I

ପ୍ରତିଦିନ ଝଗଡା କାରଣରୁ ପୁଅ ଦୀପକ ବାପାଙ୍କ ଠାରୁ ଅଲଗା ରହୁଥିଲେ I କିନ୍ତୁ ପରିବାରରେ ଝଗଡା କମୁ ନ ଥିଲା I କାରଣ ରଞ୍ଜନ ଦାସ ଙ୍କର ଦୀପକଙ୍କ ସ୍ତ୍ରୀ ଅର୍ଥାତ ନିଜ ସାବତ ବୋହୂ ସହିତ ଥିଲା ଅନୈତିକ ସମ୍ପର୍କ I ଏହି ଘଟଣାକୁ ନେଇ ଘରେ ଅହରହ ଝଗଡା ଲାଗି ରହୁଥିଲା I ଏଥିରେ ଅତିଷ୍ଠ ହୋଇ ପତ୍ନୀ ପୁନମ ଓ ପୁଅ ଦୀପକ ଗତ ଜୁନ୍‌ ମାସ ଏକ ରାତିରେ ରଞ୍ଜନ ଙ୍କୁ ନିଦ ବଟିକା ଦେଇ ଶୁଆଇ ଦେଇଥିଲେ I ଏହାପରେ ତଣ୍ଟିଚିପି ହତ୍ୟା କରିଥିଲେ I ହତ୍ୟା ପରେ ମୃତଦେହକୁ ୨୨ ଖଣ୍ଡ କରି ଫ୍ରିଜ୍‌ ରଖିଥିଲେ। ପରେ ପ୍ରତିଦିନ ବିଳମ୍ବିତ ରାତିରେ ଖଣ୍ଡ ଶରୀରକୁ ବ୍ୟାଗ୍‌ରେ ଭର୍ତ୍ତି କରି ବାହାରକୁ ଫିଙ୍ଗିବାକୁ ଯାଉଥିଲେ। ସାମ୍ନାକୁ ଆସିଥିବା CCTV ଫୁଟେଜ୍‌ରେ ଦେଖିବାକୁ ମିଳିଛି, ବିଳମ୍ବିତ ରାତିରେ ଦୀପକ ବ୍ୟାଗ୍‌ ଧରି ଚାଲି ଚାଲି ଯାଉଛି। ତାଙ୍କ ପଛେ ପଛେ ତାଙ୍କ ମା’ ପୁନମ୍‌ ଚାଲି ଚାଲି ଯାଉଛନ୍ତି। ଏହାପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାରୁ ସମସ୍ତ ଘଟଣା ଜଣାପଡି ଥିଲା I ଦିନ ବେଳା ମଧ୍ୟ ସେମାନେ ଏକାଧିକ ଥର ଏକାଠି ବ୍ୟାଗ ଧରି ଖଣ୍ଡବିଖଣ୍ଡିତ ଅଂଶକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି।

ଡିପିପି ଅମିତ ଗୋଏଲ କହିଛନ୍ତି, ୨୦୧୬ରେ ପୁନମଙ୍କ ସ୍ୱାମୀ କାଲୁଙ୍କର ଦେହାନ୍ତ ହୋଇଥିଲା। ୨୦୧୭ରେ ସେ ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଦୀପକ ହେଉଛନ୍ତି କାଲୁଙ୍କ ପୁଅ। ଅଞ୍ଜନ ମଧ୍ୟ ପୂର୍ବରୁ ବିହାରରେ ବିବାହ କରିଥିଲେ। ତାଙ୍କର ୮ ଜଣ ସନ୍ତାନ ଅଛନ୍ତି। ବେଶ କିଛି ଦିନ ହେଲା ଅଞ୍ଜନ କୌଣସି ରୋଜଗାର କରୁ ନଥିଲେ। ଏଥିପାଇଁ ପୁନମଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ଏଥିସହ ଅଞ୍ଜନଙ୍କ ନିଜ ବୋହୂ ସହ ଅବୈଧ ସମ୍ପର୍କ ରଖିଥିବା ମଧ୍ୟ ପୁନମ ଓ ଦୀପକ ଆଶଙ୍କା କରିଥିଲେ।

ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜରି ରଖିଥିବାବେଳେ,ପଚରାଉଚରା ବେଳେ ମା ଓ ପୁଅ ଏହି ହତ୍ୟାକାଣ୍ଡକୁ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ରଂଜନଙ୍କ ଝିଅ ମାନଙ୍କର ସମ୍ପୃକ୍ତି କୁ ନେଇ ତଦନ୍ତ କରୁଛି ପୋଲିସ I

Comments are closed, but trackbacks and pingbacks are open.