ପେଟିଏମ୍ ଉପରେ ରିଜର୍ଭ ବ୍ୟାଙ୍କ କଟକଣା

30

ମୁମ୍ବାଇ : ୱାନ୍‌୯୭କମ୍ୟୁନିକେସନ୍‌ସର ସବ୍‌ସିଡେୟାରୀ କମ୍ପାନୀଭାବେ ମାନ୍ୟତାଲାଭ କରିଥିବା ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ପେମେଣ୍ଟ୍ ସର୍ଭିସ ଯୋଗାଇଦେବାକୁ ଆଉ କୌଣସି ନୂତନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର ନକରିବାକୁ ପେଟିଏମ୍ ପେମେଣ୍ଟ ସର୍ଭିସେସ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ସେପ୍ଟେମ୍ବର ସୁଦ୍ଧା ପେମେଣ୍ଟ ଏଗ୍ରିଗେଟର କମ୍ପାନୀଗୁଡିକ ରିଜର୍ଭ ବ୍ୟାଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବା କଥା । ତେବେ ପେଟିଏମ୍ ଏଥିରେ ଖିଲାପ କରିଥିବାରୁ ନୂତନ ବ୍ୟବସାୟ ପାଇଁ ଏହାକୁ ଅନୁମତି ପ୍ରଦାନ କରାଯାଇନାହିଁ । ପେଟିଏମ୍ ପକ୍ଷରୁ ସାଧାରଣତଃ ଅନ୍‌ଲାଇନ୍‌ରେ ଅଧିକାଂଶ ପେମେଣ୍ଟ ସିଷ୍ଟମ କାର୍ଯ୍ୟ କରୁଛି । ତେବେ ରିଜର୍ଭ ବ୍ୟାଙ୍କ କଟକଣା ସତ୍ତ୍ୱେ ଅଫ୍‌ଲାଇନ ଜରିଆରେ ନୂଆ କମ୍ପାନୀଗୁଡିକୁ ପେମେଣ୍ଟ ସର୍ଭିସ ଯୋଗାଇ ଦିଆଯିବ ବୋଲି ପେଟିଏମ ପକ୍ଷରୁ କୁହାଯାଇଛି । ଏହି ସେବା ମଧ୍ୟରେ ଅଲ୍‌-ଇନ୍‌-ୱାନ୍ କ୍ୟୁଆର୍ କୋଡ୍‌, ସାଉଣ୍ଡବକ୍ସ ଏବଂ କାର୍ଡ ମେସିନ୍ ଅନ୍ତର୍ଭୁକ୍ତ । କଟକଣା ଯୋଗୁଁ ଅନଲାଇନ ସୁବିଧା ପାଉଥିବା କମ୍ପାନୀଗୁଡିକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ପେଟିଏମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପେମେଣ୍ଟ ଏଗ୍ରିଗେଟର କମ୍ପାନୀଗୁଡିକ ସ୍ୱଂୟଶାସିତ ହୋଇଥିଲେ ସୁଦ୍ଧା ରିଜର୍ଭ ବ୍ୟାଦ୍ନିକଟରେ ପଞ୍ଜୀକୃତ ହେବା ଜରୁରୀ ଏବଂ ଏହି କମ୍ପାନୀଗୁଡିକ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ ଦ୍ୱାରା ପରିଚାଳିତ ।

Comments are closed, but trackbacks and pingbacks are open.