ଅମିତାଭଙ୍କ ନାମ, ସ୍ୱର ଓ ଫଟୋ ବ୍ୟବହାର ଉପରେ ରୋକ୍‌ – କଣ୍ଟେଣ୍ଟ୍ ହଟାଇବାକୁ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

32

ନୂଆଦିଲ୍ଲୀ: ବିଗ୍ ବି’ ଅମିତାଭ ବଚନ୍‌ଙ୍କ ନାମ, ସ୍ୱର ଓ ଫଟୋର ତାଙ୍କ ବିନାନୁମତିରେ ବ୍ୟବହାର ଉପରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଅମିତାଭଙ୍କ ଏକ ଆବେଦନ ଉପରେ ହାଇକୋର୍ଟ ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି, ଯେଉଁଥିରେ ସେ ପବ୍ଲିଶିଟି ଏବଂ ପର୍ସନାଲିଟି ରାଇଟ୍ସ ଚାହୁଁଥିଲେ । ହାଇକୋର୍ଟ ଇଲେକ୍‌ଟ୍ରୋନିକ୍ ଏବଂ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ ଏବଂ ଟେଲିକମ୍ ସର୍ଭିସେସ୍‌ଙ୍କୁ ମଧ୍ୟ ତାଙ୍କ କଣ୍ଟେଣ୍ଟ୍ ହଟାଇବାକୁ ଆଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କେତେକ ଛୋଟ-ବଡ଼ କମ୍ପାନୀ ବିନାନୁମତତିରେ ଅଭିତାଭଙ୍କ ଫଟୋ, ସ୍ୱର ଏବଂ ନାମର ବ୍ୟବହାର କରୁଛନ୍ତି । ସେହିପରି ତାଙ୍କ ଅନୁମତି ବିନା କେତେକ ବିଜ୍ଞାପନରେ ତାଙ୍କର ମୁହଁ ମଧ୍ୟ ପ୍ରଦର୍ଶନ କରାଯାଉଛି । ଏହାକୁ ନେଇ ଅମିତାଭଙ୍କ ଓକିଲ ହରୀଶ ସାଲ୍‌ଭେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରି କମର୍ସିଆଲ୍ ଇଣ୍ଡଷ୍ଟ୍ରିରେ ଏହା ଉପରେ ରୋକ୍ ଲଗାଇବାକୁ ନିବେଦନ କରିଥିଲେ । ଏହି କେସ୍‌ର ଶୁଣାଣି ଶୁକ୍ରବାର ଜଷ୍ଟିସ୍ ନବୀନ ଚାୱଲାଙ୍କ କୋର୍ଟରେ ହୋଇଥିଲା । ଏହି ଅବସରରେ ଜଷ୍ଟିସ୍ ଚାୱଲ୍ ଇଲେକ୍‌ଟ୍ରୋନିକ୍ ଏବଂ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ ଏବଂ ଟେଲିକମ୍ ସର୍ଭିସେସ୍‌ଙ୍କୁ ତୁରନ୍ତ ବିଗ୍ ବି’ଙ୍କ ନାମ, ଫଟୋ ଏବଂ ସ୍ୱର ସହ ଜଡ଼ିତ କଣ୍ଟେଣ୍ଟ୍ ହଟାଇବାକୁ କହିଥିଲେ । ଏହା ବ୍ୟତୀତ ବିଗ୍ ବି’ଙ୍କ ପର୍ସନାଲିଟି ରାଇଟ୍ସ ଅଧୀନରେ ଆସୁଥିବା ଅନ୍‌ଲାଇନ୍ ଲିଙ୍କ୍‌ଗୁଡ଼ିକୁ ହଟାଇବା ପାଇଁ ମଧ୍ୟ କୋର୍ଟ ଇଣ୍ଟରନେଟ୍ ସର୍ଭିସେସ୍ ପ୍ରୋଭାଇଡର୍‌ଙ୍କୁ କହିଛନ୍ତି ।

Comments are closed, but trackbacks and pingbacks are open.