ଶପଥନେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

22

କୋଲକାତା : ପଶ୍ଚିମବଙ୍ଗର ନବନିଯୁକ୍ତ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ ବୁଧବାର ଶପଥଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବାଚସ୍ପତି ବିମାନ ବାନାର୍ଜୀ ଓ ମମତାଙ୍କ କ୍ୟାବିନେଟ୍‌ର ଏକାଧିକ ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଜଗଦୀପ ଧନ୍‌କର ଉପରାଷ୍ଟ୍ରପତି ନିଯୁକ୍ତ ହେବାପରେ ମଣିପୁର ରାଜ୍ୟପାଳ ଲା ଗଣେଶନ୍‌ଙ୍କୁ ପଶ୍ଚିମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ୧୯୭୭ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଫିସର ଆନନ୍ଦ ବୋଷ ୨୦୧୧ରେ ଅବସର ଗ୍ରହଣ କରିଥିଲେ ।

Comments are closed, but trackbacks and pingbacks are open.