ରାହୁଲଙ୍କ ସହ ଚାଲିବା ପାଇଁ ଅଭିନେତାଙ୍କୁ ମିଳୁଛି ଅର୍ଥ: ବିଜେପି

30

ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରରେ ଚାଲିଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ କେତେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ଯାତ୍ରାରେ ସାମିଲ ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଅର୍ଥ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହା ଏକ ପ୍ରକାର ପେଡ୍ ପିଆର୍‌ଓ । ଅବଶ୍ୟ ବିଜେପିର ଏହି ଅଭିଯୋଗକୁ ନେଇ କଂଗ୍ରେସ ଜବାବୀ ଆକ୍ରମଣ କରିଛି । ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟର୍‌ରେ ଅନ୍ୟ ଜଣେ ୟୁଜର୍‌ଙ୍କ ଟ୍ୱିଟ୍ ଉପରେ କମଣ୍ଟେ କରି ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସହିତ ଚାଲିବା ପାଇଁ ଆକ୍ଟରମାନଙ୍କୁ ଅର୍ଥ ପ୍ରଦାନ କରାଯାଇଛି । ଟ୍ୱିଟ୍‌ରେ ଏକ ହ୍ୱାଟ୍ସଆପ୍ ମେଜେସ୍‌ର ସ୍କ୍ରୀନ୍‌ଶଟ୍ ମଧ୍ୟ ସେୟାର କରାଯାଇଛି । ମହାରାଷ୍ଟ୍ରରେ ଭାରତ ଯୋଡ଼ ଯାତ୍ରାରେ ଅମୋଲ ପାଲେକର୍‌ଙ୍କ ସାମିଲ ପରେ ଏହି ବିବାଦ ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.