ଆଜିଠାରୁ ମାଟ୍ରିକ୍ ସମ୍ମେଟିଭ-୧ ପରୀକ୍ଷା

33

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ପାଇଁ ୩୦୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ବୋର୍ଡ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ରାଜ୍ୟର ୩୧୬ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ôଚ ସାରିଛି । କପି ରୋକିବା ଲାଗି ବିଭିନ୍ନ ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳର ୨୨ଟି ଥାନାରେ ନୋଡାଲ୍ ସେଣ୍ଟର କରାଯାଇଛି । ସେଥିମଧ୍ୟରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି କେନ୍ଦ୍ର କରାଯାଇଛି । ସ୍କୁଲଠାରୁ ୧୦ କିଲୋମିଟର ମଧ୍ୟରେ ପରୀକ୍ଷା କେନ୍ଦ୍ର ରହିଛି । ସେହିଭଳି ୨୯୧୪ ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର କରାଯାଇଥିଲା ବେଳେ ଷ୍ଟେଟ ଓପନ ସ୍କୁଲର ୭୧୮୧ ଜଣ ଛାତ୍ରଛାତ୍ରୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ । ସମ୍ମେଷ୍ଟିଭ-୧ ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । ପରୀକ୍ଷାର ପ୍ରଥମଦିନ ସକାଳ ୯ଟା ବେଳେ ଏବଂ ଦ୍ୱିତୀୟ ଦିନଠାରୁ ୯ଟା ୨୦ରେ ପରୀକ୍ଷାକେନ୍ଦ୍ର ଭିତରକୁ ପରୀକ୍ଷାର୍ଥୀ ପ୍ରବେଶ କରିବେ । କେବଳ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ । କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରା୍‌ଲ ସ୍କ୍ୱାର୍ଡ ସହିତ ୭୪ଟି ଉଚ୍ଚସ୍ତରୀୟ ସ୍କ୍ୱାର୍ଡ କମିଟି ଗଠନ କରାଯାଇଛି । ଆସନ୍ତାକାଲି ସକାଳୁ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ପଠାଯିବ ବୋଲି ବୋର୍ଡର ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.