ଇଡିରେ ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଅମୀୟ ଗଲେ, ଅକ୍ଷୟ ଏବେବି ଅଛନ୍ତି

25

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ରାଜଧାନୀର ଜଣେ ବଡ ବ୍ୟବସାୟୀ, କ୍ରଣ୍ଟ୍ରାକ୍ଟର, ହୋଟେଲ ମାଲିକ ଏବଂ ରାଜନୈତିକ ମାହୋଲରେ ଚର୍ଚ୍ଚାରେ ରହୁଥିବା ତଥା ଏକେ ଆସୋସିଏଟ୍‌ିର ମୁଖ୍ୟ ଅମୀୟକାନ୍ତ ଦାସଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି । ଫେସ୍‌ବୁକ୍‌ରେ ଅର୍ଚ୍ଚନାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ କଥାବାର୍ତ୍ତା ହୋଇଥିଲା । ବନ୍ଧୁତା ମଧ୍ୟ ବଢିଥିଲା । ଅର୍ଚ୍ଚନା ତାଙ୍କୁ ଟଙ୍କା ମାଗିଥିଲେ । ଜଗବନ୍ଧୁଙ୍କ ଦେହ ଅସୁସ୍ଥ ଥିବା ସମୟରେ ଟଙ୍କା ମାଗିଥିଲେ । ଟଙ୍କା ମାଗୁ ମାଗୁ ଅମୀୟ ୭ ଲକ୍ଷ ଟଙ୍କା ଦେଇଥିଲେ । ୨ ଟି ପର୍ଯ୍ୟାୟରେ ଏହି ଟଙ୍କା ଦିଆଯାଇଥିଲା । ସମସ୍ତ ଟଙ୍କା ଚେକ୍ ଆକାରରେ ଦିଆଯାଇଥିଲା । ତେବେ ସେ ଜଣେ ସ୍ୱେଚ୍ଛାସେବୀ ହୋଇଥିବାରୁ ଦେହ ଅସୁସ୍ଥ କଥା ଶୁଣି ମନବୀୟ ଦୃଷ୍ଟିକୋଣରୁ ଟଙ୍କା ଦେଇଦେଲେ । ଏଭଳି ଗଣମାଧ୍ୟମ ଆଗରେ ସଫେଇ ଦେଇଛନ୍ତି ଅମୀୟକାନ୍ତ ଦାସ । ହେଲେ ସାଧାରଣ ମାହୋଲରେ କଥାଟା ଏତେ ସହଜରେ ହଜମ ହେଉନାହିଁ । ଫେସବୁକରେ ଜଣେ ବ୍ୟକ୍ତି ସହ ପରିଚୟ ହେବା ମାତ୍ରେ ଏତେଗୁଡିଏ ଟଙ୍କା ସେ କିଭଳି ଦେଇଦେଲେ । ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅମୀୟଙ୍କୁ ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ଲିଙ୍କରେ ଇଡି ନୋଟିସ ଜାରି କରିଥିଲା । ନୋଟିସ ହେବା ପରେ ସେ ଆଜି ଇଡି ଅଫିସରେ ହାଜର ହୋଇଥିଲେ । ତାଙ୍କୁ ଟଙ୍କା କାରବାର ଲିଙ୍କରେ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା । ସେ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା ନେଇ ଇଡି ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଥିଲେ । ଅନ୍ୟପକ୍ଷରେ ଇଡି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅମୀୟ ଅର୍ଚ୍ଚନାଙ୍କୁ ବହୁଦିନ ହେବ ଜାଣିଥିଲେ । ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ।
ଅନ୍ୟପକ୍ଷରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ ଥର ଅସୁସ୍ଥ ଥିବା ନେଇ ସେ ଇଡିରେ ହାଜର ହୋଇ ନ ଥିଲା ବେଳେ ଆଜି ଦିନ ପ୍ରାୟ ଅପରାହ୍ଣ ୨ ଟା ସମୟରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଅକ୍ଷୟ ହାଜର ହେବା ବେଳେ ତାଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିଲେ । ଅକ୍ଷୟ ଏହି ସମ୍ପୁର୍ଣ୍ଣ ମାମଲାର ଅଭିଯୋଗକାରୀ ଥିଲେ । ପରେ ନାଗ ଦମ୍ପତି ଗିରଫ ହୋଇଥିଲେ । ସେହି ସମୟରେ ସେ କୌଣସି ଅଗୁଆ ଜାମିନ ଆବେଦନ କରି ନ ଥିଲେ । ମାମଲା ଇଡିକୁ ଯିବା ପରେ ଏବେ ପରିସ୍ଥିତି ବୋଧହୁଏ ବଦଳି ଯାଇଛି । ସେ ଅଭିଯୋଗକାରୀ ହୋଇଥିଲେ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ତାଙ୍କୁ ଅର୍ଚ୍ଚନା ଲିଙ୍କରେ ପଚରାଉଚରା କରାଯାଉଛି । ତେବେ ଅକ୍ଷୟଙ୍କ ସହ ଆଉ ଜଣେ ହୀନ୍ଦିଭାଷୀ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ତାଙ୍କ ପରିଚୟ ମିଳି ପାରି ନ ଥିଲେ ମଧ୍ୟ ତାଙ୍କୁ ଇଡି ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଚରାଉଚରା କରିଥିବା ଜଣାପଡିଛି । ଇଡି ରିମାଣ୍ଡରେ ଥିବା ବିଜେନେସ୍ ପାର୍ଟନର ଖଗେଶ୍ୱର ପାତ୍ର ଏବଂ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡିରେ ଆଜି ଦିନ ତମାମ ଜେରା କରିଛି । ଜେରା ସମୟରେ ଇଡିକୁ ଅନେକ କିଛି ତଥ୍ୟ ମିଳିଛି । ସେମାନଙ୍କୁ ପ୍ରଥମେ ସକାଳୁ ସକାଳୁ ମୁହଁମୁହିଁ ଜେରା କରାଯାଇଥିଲା । ପରେ ଇଡି ନେଟିସ ପାଇ ହାଜର ହୋଇଥିବା ଲୋକଙ୍କ ଉପସ୍ଥିତରେ ପଚରାଉଚରା କରାଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ଜେରା ବେଳେ ସୁନା ବ୍ୟବସାୟୀ, ବିଲଡର, ରାଜନେତାଙ୍କ ଲିଙ୍କ ସାମ୍ନାକୁ ଆଣିବାକୁ ଇଡି ଅଧିକାରୀମାନେ ଚେଷ୍ଟା କରିଛି । ଏହି ମାମଲାରେ ୧୫ ଜଣ ଜଣଙ୍କୁ ନୋଟିସ କରାଯାଇଥିଲା ବେଳେ ନୋଟିସ ପାଇବାକୁ ଥିବା ଲୋକଙ୍କ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶ୍ରଦ୍ଧାଞ୍ଜଳିଙ୍କ ଭୂମୀକା ଏବେ ସନ୍ଦେହ ଘେରରେ । ଶ୍ରଦ୍ଧାଞ୍ଜଳୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛି । ଶ୍ରଦ୍ଧାଞ୍ଜଳୀଙ୍କ ବିରୋଧରେ ନୟାପଲ୍ଲୀ ଥାନରେ ମାମଲା ହୋଇଥିଲା । ସେ ଅର୍ଚ୍ଚନାଙ୍କ ସହ ମିଶି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍ ମେଲିଂ କରୁଥିଲେ । କୋଟିଏରେ ଉର୍ଦ୍ଧ୍ୱ ଟଙ୍କା ମାଗୁଥିଲେ । ହେଲେ ରାଜଧାନୀର ଆଉ ଗୋଟିଏ ଥାନରେ ଶ୍ରଦ୍ଧାଞ୍ଜଳୀଙ୍କୁ ପଢିତା ବୋଲି କୁହାଯାଇଥିଲା । ପରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଶ୍ରଦ୍ଧାଞ୍ଚଳୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଏବେ ଶ୍ରଦ୍ଧାଞ୍ଚଳୀଙ୍କ ଇଡିରେ ହାଜର ହେଲେ ଘଟଣା ସ୍ପଷ୍ଟ ହେବ । ସେ ପଢିତା କିମ୍ବା ଅଭିଯୁକ୍ତ ସେ ନେଇ ଇଡି ଖୋଳତାଢ କରିପାରେ । ତେବେ ଶ୍ରଦ୍ଧାଞ୍ଚଳି ଆସନ୍ତାକାଲି ହାଜର ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.