ମାନସ ରଞ୍ଜନ ଦେବତାଙ୍କ ଦ୍ୱାରା ଲିଖିତ ‘ସୋସିଓ କଲ୍‍ଚରାଲ  ହିଷ୍ଟ୍ରି ଅଫ୍‍ ଓଡ଼ିଶା : ପ୍ରି ଆଣ୍ଡ ପୋଷ୍ଟ ଗ୍ଲୋବାଲାଇଜେସନ୍‍ ପିରିୟଡ଼’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

11

ଭୁବନେଶ୍ୱର:୨୨-୧୧-(ପି.ଏନ.ଏ):ପ୍ରାକ୍ତନ ପ୍ରଶାସକ ତଥା ଲେଖକ ଡ଼. ମାନସ ରଞ୍ଜନ ଦେବତାଙ୍କ ଦ୍ୱାରା ଲିଖିତ ‘ସୋସିଓ କଲ୍‍ଚରାଲ ହିଷ୍ଟ୍ରି ଅଫ୍‍ ଓଡ଼ିଶା’ ପ୍ରି ଆଣ୍ଡ ପୋଷ୍ଟ ଗ୍ଲୋବାଲାଇଜେସନ୍‍ ପିରିୟଡ଼’ ରାଜ୍ୟପାଳଙ୍କ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଆଜି ରାଜଭବନରେ ଉନ୍ମୋଚିତ ହୋଇଯାଇଛି ।
ଏହି ଉନ୍ମୋଚନ ଉତ୍ସବରେ ଓଡ଼ିଶା ଲୋକସେବା ଆୟୋଗର ପ୍ରାକ୍ତନ ସଦସ୍ୟ ପ୍ରଫେସର ଡ଼. ସୁଧାଂଶୁ ଶେଖର ରଥ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାଶୁ ନାରାୟଣ ପଟ୍ଟନାୟକ, ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ଦାଶ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଦେବତାଙ୍କର ପୁତ୍ର ଶିତିକଣ୍ଠ ଶ୍ରୀଚନ୍ଦନ ଦେବତା ଏବଂ ପୁତ୍ରୀ ସୁମାନିନୀ ମିଶ୍ର ମାନ୍ୟବର ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ।

Comments are closed, but trackbacks and pingbacks are open.