ଦୈନିକ ଭାଗ୍ୟଫଳ

56

ଆଜିର ରାଶିଫଳ ୨୨-୧୧-୨୦୨୨: ମେଷ ,ବୃଷ ,କନ୍ୟା,ଧନୁ,ମକର ରାଶି ପାଇଁ ଦିନଟି ଉତ୍ତମ I ତୁଳା ରାଶିର ବ୍ୟକ୍ତି ମାନେ ଯାନ ବାହନ କିଣା କିଣି କରି ପାରନ୍ତି I ମୀନ ରାଶି ର ଶାରୀରିକ ଅସୁସ୍ଥତା ଦେଖାଦେବ I ଆସନ୍ତୁ ଜାଣିବା ଅନ୍ୟ ରାଶୀଗୁଡିକ ବିଷୟରେ :

ମେଷ : ଦାମ୍ପତ୍ୟ ଜୀବନ ସୁଖମୟ ହେବ I ଦୂର ସ୍ଥାନକୁ ଭ୍ରମଣ ର ସୁଯୋଗ ଆସିବ I ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବେ I ହଜିଯାଇଥିବା ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଫେରିପାଇବେ I ପ୍ରିୟ ବ୍ୟକ୍ତିଙ୍କ ସହିତ ସୁଖଦ ମୁହୂର୍ତ୍ତଗୁଡିକ ଉପଭୋଗ କରିବାକୁ ସମର୍ଥ ହେବେ I ବିବାଦ ରୁ ଦୁରେଇ ରୁହନ୍ତୁ I ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସିବ I

ବୃଷ : ଦିନଟି ଶୁଭଙ୍କର ହେବ I ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ I ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ I ଶାରୀରିକ-ମାନସିକ ସ୍ୱାସ୍ଥ୍ୟ ବୃଦ୍ଧି ପାଇବ I ସମ୍ପର୍କୀୟଙ୍କ ଠାରୁ ଭଲ ଖବର ପାଇବେ I ସ୍ୱାସ୍ଥ୍ୟରେ ଉନ୍ନତି ହେବ I ଚାକିରିରେ ଲାଭ ହେବ I ସହକର୍ମୀଙ୍କଠାରୁ ସହାୟତା ପାଇବେ I

ମିଥୁନ : ସ୍ୱାସ୍ଥ୍ୟ ପାଇଁ ଅନ୍ତରାୟ ସୃଷ୍ଟି କରିବ । ଏଣେ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା କାରଣରୁ କଳହ ଲାଗିପାରେ । ଦୀର୍ଘ ଦିନରୁ ଯାହା ଆଜି ଯାଏ ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡିବ ।ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ ।

କର୍କଟ : ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଦେବ I କୌଣସି ବିଷୟକୁ ନେଇ ଚିନ୍ତିତ ରହିବେ I ସମ୍ପର୍କୀୟମାନଙ୍କ ସହିତ ଭୁଲ ବୁଝାମଣା ହୋଇପାରେ I ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି I ଖାଦ୍ୟ ପାନୀୟରେ ଧ୍ୟାନ ଦିଅନ୍ତୁ I ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେବ I

ସିଂହ : ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

କନ୍ୟା : ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

ତୁଳା : ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ଜମି, ଯାନବାହାନ କ୍ରୟ କରିପାରନ୍ତି ଓ ବଡ ବ୍ୟବସାୟ ପାଇଁ ମନ ବଳାଇବେ। ଦୁର ବନ୍ଧୁଙ୍କ ସହିତ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିପାରନ୍ତି ।

ବିଛା: ଅଧିକ ସମୟ ପୁଜାପୂଜିରେ ଅତିବାହିତ କରିବେ, କିନ୍ତୁ ପାରିବାରିକ ଜୀବନରେ ଖୁସି ରହିବ ନାହିଁ। ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି ନ କରିବାରୁ ବାପାମା’ ବ୍ୟସ୍ତ ହେବେ।

ଧନୁ : ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ I ଗୃହସ୍ଥ ମାନେ ଜୀବନକୁ ଉପଭୋଗ କରିବାକୁ ସମର୍ଥ ହେବେ I ପ୍ରିୟଜନଙ୍କ ସହିତ ଏକ ସୁନ୍ଦର ସ୍ଥାନ ପରିଦର୍ଶନ କରିବାକୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ I ଆୟ ବୃଦ୍ଧି ହେବ I ସୁଖାଦ୍ୟ ଭୋଜନ କରିବେ I ପାରିବାରିକ ସମସ୍ୟା ର ସମାଧାନ ହେବ I

ମକର : ବ୍ୟବସାୟରେ ଉନ୍ନତି ହେବ । ସୁନିୟନ୍ତ୍ରିତ କାର୍ଯ୍ୟ ଲାଗି କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ ।ବୃତ୍ତି,ବାନିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେ ସନ୍ତୋଷଜନକ ନ ହୋଇପାରେ । ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ I

କୁମ୍ଭ : ଦିନଟି ମିଶ୍ରିତ ଫଳ ଦେବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ମାନସିକ ଶାନ୍ତି ପାଇବାକୁ ସକ୍ଷମ ହେବେ I କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ରହିବେ I ଉପରିସ୍ଥ ଅଧିକାରୀଙ୍କ ସହିତ ଉତ୍ତମ ବୁଝାମଣା ରହିବ I ଖର୍ଚ୍ଚାନ୍ତ ହେବେ I

ମୀନ : ଦିନଟି ମାଧ୍ୟମ ଫଳଦାୟୀ ହେବ I କଠିନ ପରିଶ୍ରମରୁ ଦୂରେଇ ରୁହନ୍ତୁ I ଆଜି ପ୍ରତ୍ୟେକ କାର୍ଯ୍ୟରେ ଅଧିକ ମାନସିକ ଏବଂ ଶାରୀରିକ ପରିଶ୍ରମ ହେବ I ଆକସ୍ମିକ ଧନ ଲାଭର ସମ୍ଭାବନା ରହିଛି I ଅଚାନକ ସ୍ୱାସ୍ଥ୍ୟ ବିଗିଡିପାରେ I ଧାର୍ମିକ ହେବେ I

Comments are closed, but trackbacks and pingbacks are open.