ପତ୍ନୀ ଓ ୪ ସନ୍ତାନଙ୍କୁ ହତ୍ୟାପରେ ଆତ୍ମହତ୍ୟା

31

ଉଦୟପୁର: ରାଜସ୍ଥାନ ପୁଲିସ ସୋମବାର ଉଦୟପୁର ଜିଲ୍ଲା ଅନ୍ତର୍ଗତ ଝାଡୋଲି ଗ୍ରାମରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ମଧ୍ୟରେ ଦମ୍ପତ୍ତି ଓ ସେମାନଙ୍କର ଚାରି ସନ୍ତାନ ଅନ୍ତର୍ଭୁକ୍ତ । ପପୁ ଗାମେତି ନାମକ ବ୍ୟକ୍ତି ପ୍ରଥମେ ପତ୍ନୀ ଓ ଚାରି ସନ୍ତାନଙ୍କୁ ହତ୍ୟା କରିବାପରେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ଇତିମଧ୍ୟରେ ଫରେନସିକ୍ ଦଳ ଓ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରି ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ କରୁଥିବା ଜଣାପଡିଛି ।

Comments are closed, but trackbacks and pingbacks are open.