ବିହାର: ବୈଶାଳୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ହାଇଓ୍ବା ମାଡିଯାଇ ୧୫ ମୃତ

56

ପାଟନା :୨୧-୧୧ (ପି.ଏନ.ଏ) : ବିହାର ର ବୈଶାଳୀରେ ଭୟଙ୍କର ସଡକ ଦୁର୍ଘଟଣା I ହାଇଓ୍ବା ପାଲଟିଲା ମୃତ୍ୟୁ ର ସୌଦାଗର I ଘଟଣା ଘଟିଛି ବୈଶାଳୀ ଜିଲ୍ଲା ଦେଶରୀ ଥାନା ଅନ୍ତର୍ଗତ ନୟାଗଞ୍ଜ-୨୮ ଟୋଲI ଅଂଚଳରେ I ଘଟଣା ସ୍ଥଳରେ ୭ ଜଣ ପିଲାଙ୍କ ସହିତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି I

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ମହନାର-ମହଦ୍ଦୀନଗ ରେ ଥିବା ବ୍ରହ୍ମାଣ୍ଡ ନିକଟରେ ଭୂୟାଁ ବାବାଙ୍କ ପୂଜା ସମୟରେ ଲୋକମାନେ ନବକଳେବର ପୂଜା କରୁଥିଲେ। ଏହି ପୂଜା ମହାନା ବାସିନ୍ଦା ମନୋଜ ରାୟ ଙ୍କ ଘରେ ହେଉଥିଲା Iଏହି ସମୟରେ ଏକ ହାଇଓ୍ବା ଭାରସାମ୍ୟ ହରାଇ ଲୋକମାନଙ୍କ ଭିଡ଼ ଭିତରକୁ ମାଡି ଯାଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିବାବେଳେ ପରେ ଆଉ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଏହା ସହିତ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ମୃତାହତ ନେଇ ପ୍ରଶାସନ ପକ୍ଷରୁ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଟ୍ରକ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ଜଣ ପଡିଛି I ସ୍ଥାନୀୟ ଲୋକମାନେ ଏ ପର୍ଯ୍ୟନ୍ତ ଟ୍ରକ ସମେତ ଚାଳକଙ୍କୁ ଅଟକ ରଖିଛନ୍ତି I

ଘଟଣାର ସୂଚନା ପାଇ ରାଜପାକର ବିଧାୟକ ପ୍ରତୀମା ଦାସ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ, ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଟୁଇଟ୍ କରି କହିଛନ୍ତି ଯେ “ଯେ ବିହାରର ବୈଶାଳୀରେ ଜିଲ୍ଲାର ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ (PMNRF) ମୃତକଙ୍କ ପାରିବାରଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ନେଇ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୃତ ତଥା ଆହତଙ୍କୁ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି I

Comments are closed, but trackbacks and pingbacks are open.