ପଦମପୁର ଉପନିର୍ବାଚନ: ଗାଁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ବର୍ଷା

22

ପଦମପୁର: ଜମୁଛି ପଦମପୁର ଉପନିର୍ବାଚନ ପ୍ରଚାର । ମହିଳାଙ୍କୁ ସାଥୀରେ ନେଇ ପଦମପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨ ନମ୍ବର ଜୋନରେ ଥିବା ୮ଟି ପଞ୍ଚାୟତରେ ସଭା କରି କ୍ୟାମ୍ପେନିଂ କରୁଛନ୍ତି ବର୍ଷା । ଖୁଜେନରେ ଆୟୋଜିତ ସଭାରେ ସମସ୍ତଙ୍କ ଆଶୀର୍ବାଦ ଲୋଡି ବର୍ଷା ଆଜି ପ୍ରଚାର ଆରମ୍ଭ କରିଛନ୍ତି । ବରିହାପାଲି, ଡଙ୍ଗାଘାଟ ଓ ଜମିଆ ସମେତ ୮ଟି ପଞ୍ଚାୟତରେ ଆଜି ବିଜେଡିର ପ୍ରଚାରଚାଲିଛି । ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ମଇଦାନରେ ଅଛନ୍ତି ସଂଗ୍ରାମ ପାଇକରାୟ, ରୁଦ୍ର ମହାରଥୀ, ରୋମାଞ୍ଚ ରଞ୍ଜନ ବିଶାଳ, ପ୍ରଦୀପ ମାଝୀ, ଶିଶିର ପରିଜା, ବିଜୟ ନାୟକ, ସ୍ୱରୂପ ଦାଶ ଓ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ଅନେକ ନେତା ଓ କର୍ମୀ । ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ନେତା ଓ କର୍ମୀ । ବାଇକ ରାଲି ସହ ଖୋଲା ଗାଡ଼ିରେ ବୁଲି ସମର୍ଥନ ସାଉଁଟୁଛନ୍ତି ବର୍ଷା । ବାପାଙ୍କୁ ଯେମିତି ଆପଣମାନେ ସମର୍ଥନ କରିଥିଲେ, ଠିକ ସେମିତି ମୋତେ ମଧ୍ୟ ଆପଣଙ୍କ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି କହୁଛନ୍ତି ବର୍ଷା । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ସମର୍ଥକଙ୍କୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ନିର୍ବାଚନୀ ମାହୋଲରେ ଭୋଟଙ୍ର୍କ ପାଖକୁ ପହଂଚିବା ପାଇଁ ଭିନ୍ନ ଭିନ୍ନ ବାଟ ଆଣାଇଛନ୍ତି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନରସିଂହନାଥଙ୍କ ଭଜନ ଗାଇ କୀର୍ତନ କରୁଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପଖାଳ କଂସାରେ ପ୍ରଚାର କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଉ ବିଜେଡି-ବିଜେପିର ପ୍ରଚାର ଭିତରେ ମଂଚ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଏସବୁ ଭିତରେ ତିନି ପ୍ରମୁଖ ଦଳ ସଭା-ସମିତି ଜରିଆରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତିି । ବୁକୁରାମୁଣ୍ଡାରେ ବିଜେଡି ବଡ଼ଧରଣର ସଭା କରିଥିବା ବେଳେ ପାଇକମାଳ ବ୍ଲକରେ ଜନସଭା କରିଛି କଂଗ୍ରେସ । ମଂଚ ଉପରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରାର୍ଥୀ । ସେହିପରିି ପଦ୍ମପୁର ବ୍ଲକର ଗ୍ରାମାଂଚଳରେ ପ୍ରଚାର କରିଛନ୍ତି ବିଜେପି ପ୍ରାର୍ଥୀ । ପ୍ରଚାରର ଏହି ପ୍ରତିଦ୍ୱନ୍ଦିତା ଭିତରେ ଆଦିବାସୀ ଭୋଟକୁ ନେଇ ଏବେ ଗୋଟିଏ ଚର୍ଚ୍ଚା ?
ପଦ୍ମପୁର ବିଧାନସଭା ନିର୍ବାଚଳ ମଣ୍ଡଳୀରେ ପ୍ରମୁଖ ଭୂମିକା ନେଇପାରନ୍ତି ଆଦିବାସୀ ଭୋଟ୍‌ର୍ । କାରଣ, ପଦ୍ମପୁରରେ ୨୬% ଏସଟିି ଭୋଟର । ୧୩% ଏସସି ଭୋଟର । ଏବଂ ୦୮% ବିଂଝାଲ ଭୋଟର ଅଛନ୍ତି । ପଦ୍ମପୁରରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୭, ୪୭୪ ଥିବା ବେଳେ ଆଦିବାସୀଙ୍କ ସଂଖ୍ୟା ୬୬ ହଜାର ୯୪୩ । ଯେଉଁ ସଂଖ୍ୟା ଭୋଟ ରାଜନୀତିକୁ ଓଲଟପାଲଟ କରିବାରେ ହୁଏତ ସକ୍ଷମ । ଏସବୁ ଭିତରେ ବର୍ଷା ସିଂ ବରିହା ନିଜେ ବିଂଝାଲ ସଂପ୍ରଦାୟରୁ ଆସୁଥିବାରୁ ଆଦିବାସୀଙ୍କ ଭୋଟର କାହା ଆଡକୁ ଢ଼ଳିବେ ତାହା ଗୁରୁତ୍ୱପୂର୍ଣ୍ଣ । ଏପଟେ କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି- ଆଦିବାସୀ ଭୋଟର୍ ବିଜେପି ସହିତ ଅଛନ୍ତି । ତେଣୁ ଟ୍ରାଇବାଲ ଭୋଟ୍ ବିଜେପିକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଜେଡି କିନ୍ତୁ ଠିକ୍ ଓଲଟା କଥା କହିଛନ୍ତି । ଯଦି ଟ୍ରାଇବାଲ ଭୋଟ ତାଙ୍କର ଥିଲା ପଂଚାୟତ ନିର୍ବାଚନରେ ହାରିଲେ କେମିତି ? ବିଜେଡି ଓ ବିଜେପିର ଏହି ବୟାନବାଜି ଭିତରେ ଦେଖିବାର କଥା ଆଦିବାସୀ ଭୋଟର ବାଛୁଛନ୍ତି କାହାକୁ ? ଏବଂ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯାଉଛି ।

Comments are closed, but trackbacks and pingbacks are open.