ଶୀତଦିନେ ଗୁଡ଼ ଖାଇଲେ ମିଳିବ ଏହି ୫ ଟି ସମସ୍ୟା ରୁ ମୁକ୍ତି

53

ଆଜିକାଲି ର ଜୀବନଶୈଳୀ ଏବଂ ଠିକ ସମୟରେ ଖିଆ ପିଆ ନକରିବା ଯୋଗୁଁ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଲାଗି ରହୁଛି । ଯଦି ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହାର ପ୍ରତିକାର ବିଷୟରେ କହୁଛୁ I ଆମ ସମସ୍ତଙ୍କ ଘରେ ପ୍ରାୟ ଗୁଡ଼ ରହିଥାଏ I ସଫା ଚିନି ଠାରୁ ଗୁଡ଼ର ପ୍ରଭାବ ଗରମ ବୋଲି କୁହାଯାଏ I ତେଣୁ ଶୀତଦିନେ ଗୁଡ଼ ଖାଇଲେ ଏହା କେବଳ ଶୀତରୁ ମୁକ୍ତି ଦେଇନଥାଏ ବରଂ ଶରୀରର ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ, ଯେଉଁଥିପାଇଁ ଆପଣ ଅନେକ ରୋଗରୁ ମୁକ୍ତି ପାଆନ୍ତି I ଜାଣନ୍ତୁ ଗୁଡ଼ ର ଏହି ଟି ବିଶେଷ ସ୍ୱାସ୍ଥ୍ୟକାରୀ ଗୁଣ ବିଷୟରେ:

ରକ୍ତହୀନତାରୁ ମିଳିବ ମୁକ୍ତି : ଯେଉଁମାନେ ରକ୍ତହୀନତାର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ଶୀତଦିନେ ଗୁଡ଼ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ I ପ୍ରତିଦିନ ଖଡୁ ସହିତ କିମ୍ବା ଖାଇ ସାରିବା ପରେ ଅଳ୍ପ ପରିମାଣରେ ଗୁଡ଼ ଖାଇଲେ ଶରୀରରେ ହେମୋଗ୍ଲୋବିନର ଅଭାବ ଦୂର ହୋଇଥାଏ, ଏବଂ ଶରୀରରେ ରକ୍ତ ପରିମାଣ ମଧ୍ୟ ବ ଢି଼ଥାଏ I ଗୁଡରେ ଫସଫରସ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ I ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ I

ପାଚନତନ୍ତ୍ର ହୁଏ ମଜବୁତ : ଗୁଡରେ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ I ପ୍ରତିଦିନ ଅଭ୍ୟାସ କରି ଖାଦ୍ୟ ଖାଇ ସାରିବା ପରେ ଖଣ୍ଡେ ଅଦା ସହିତ ସାମାନ୍ୟ ଗୁଡ଼ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ I ସେହିପରି ଶୀତଦିନେ ଗୁଡ଼ ଖାଇବା ଦ୍ୱାରା ଜଲ୍ଦି ଥଣ୍ଡା ଧରି ନଥାଏ I

ସର୍ଦି-କାଶରୁ ମିଳିଥାଏ ମୁକ୍ତି: ଶୀତଦିନେ ଥଣ୍ଡା ହେଲେ ପ୍ରାୟତଃ ଜ୍ୱର କିମ୍ବା ଥଣ୍ଡା ,କାଶ ରେ ପଡ଼ନ୍ତି I କିନ୍ତୁ ଯଦି ଆପଣ ନିୟମିତ ଭାବେ ଗୁଡ଼ ଖାଉଥାନ୍ତି , ଆପଣ ଏହି ସମସ୍ୟାକୁ ବହୁ ପରିମାଣରେ ଏଡାଇ ପାରିବେ I ବାସ୍ତବରେ, ଗୁଡ଼ ପ୍ରଭାବ ଗରମ ହୋଇଥାଏ , ତେଣୁ ନିୟମିତ ଏହା ଅଭ୍ୟାସ କରି ଖାଇଲେ ହଠାତ ଥଣ୍ଡା ଧରି ନ ଥାଏ I ଯଦି ଆପଣ ଗୁଡ଼ ସହିତ ଗୋଲମରିଚ ଏବଂ ଅଦା ଖାଆନ୍ତି, ତେବେ ଥଣ୍ଡାରୁ ଦୁରେଇ ରହିବେ I

ଗଣ୍ଠି ଯନ୍ତ୍ରଣା ହୋଇ ନ ଥାଏ : ଅଧିକାଂଶ ଲୋକଙ୍କର ଶୀତ ଦିନରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଯାଏ I ଯନ୍ତ୍ରଣା ହେତୁ ସେମାନେ ହଠାତ କୌଣସି ସ୍ଥାନକୁ ଯିବାକୁ ସକ୍ଷମ ନୁହଁନ୍ତି ଏବଂ ଘରେ ପୁରା ସମୟ ବିତାଇବାକୁ ବାଧ୍ୟ ହୁଅନ୍ତି I ଏହି ସମସ୍ୟାକୁ ଦୂର କରିବା ପାଇଁ ଅଦା ଓ ଗୁଡ଼ ସେବନ କଲେ ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ କାମ କରିଥାଏ I

ବ୍ରଣ ସମସ୍ୟା ଦୂର କରେ : ଯୌବନାବସ୍ଥାରେ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ I ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥଗୁଡିକ ଏହି ବ୍ରଣ ଆକାରରେ ବାହାରିଥାଏ, ଯାହା ଶରୀରକୁ ଉପକାର କରିଥାଏ କିନ୍ତୁ ଏହା ଚେହେରାକୁ ମଧ୍ୟ ନଷ୍ଟ କରିଥାଏ I ଏହି ସମସ୍ୟାକୁ ଦୂର କରିବା ପାଇଁ, ଆପଣ ପ୍ରତିଦିନ ଖାଦ୍ୟରେ ସାମାନ୍ୟ ଗୁଡ଼ ସାମିଲ କରି ପାରିବେ I ଏହା ଦ୍ୱାରା ବ୍ରଣଦୂର ହୋଇ ଆପଣଙ୍କ ଚେହେରା ଉଜ୍ଜ୍ୱଳ ରହିବ I

Comments are closed, but trackbacks and pingbacks are open.