ଜମ୍ମୁ-କଶ୍ମୀର: ହିମସ୍ଖଳନରେ ୩ ଯବାନ ସହିଦ

21

ଶ୍ରୀନଗର: ଜମ୍ମୁ-କଶ୍ମୀରର ମଚ୍ଛିଲ ସେକ୍ଟରରେ ଶୁକ୍ରବାର ସନ୍ଧ୍ୟାରେ ଅଚାନକ ହିମସ୍ଖଳନ ଘଟି ଡ୍ୟୁଟିରେ ଥିବା ସେନାର ୩ ଜଣ ଯବାନ ବରଫ ତଳେ ଚାପିହୋଇ ସହିଦ ହୋଇଛନ୍ତି । ସହିଦ ଯବାନମାନେ ୫୬ ରାଷ୍ଟ୍ରୀୟ ରାଇଫଲ୍ସର । ହିମସ୍ଖଳନ ସୂଚନା ମିଳିବା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ବହୁ ଉଦ୍ୟମ ପରେ ବରଫ ତଳେ ଦବି ରହିଥିବା ଯବାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ତିନିଜଣ ଯବାନଙ୍କ ଜୀବନ ରକ୍ଷା କରାଯାଇପାରି ନଥିଲା । କୁପୱାଡ଼ା ଏସ୍‌ଏସ୍‌ପି ଯୁଗଳ ମନ୍‌ହାସ୍ ଏହି ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସହିଦ ଯବାନଙ୍କ ଚିହ୍ନଟ ଏପର୍ଯ୍ୟନ୍ତ ହୋଇପାରି ନାହିଁ ।

Comments are closed, but trackbacks and pingbacks are open.