ପଶ୍ଚମବଙ୍ଗର ନୂଆ ରାଜ୍ୟପାଳ ସିଭି ଆନନ୍ଦ ବୋଷ

18

କୋଲକାତା : ପଶ୍ଚମବଙ୍ଗ ରାଜ୍ୟପାଲ ଭାବେ  ଆଜି  ଡ. ସିଭି ଆନନ୍ଦ ବୋଷଙ୍କୁ ନିଯୁକ୍ତି  ଦିଆଯାଇଛି ।  ରାଷ୍ଟ୍ରପତି  ଦୌ୍ରପଦୀ ମୁର୍ମୁ  ବୋଷଙ୍କୁ  ପଶ୍ଚମବଙ୍ଗର ସ୍ଥାୟୀ ରାଜ୍ୟପାଳ ଭାବେ  ନିଯୁକ୍ତି  ଦେଇଛନ୍ତି ।  ଏନଡିଏର  ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ  ମମୋନୀତ  ହେବା ପରେ ରାଜ୍ୟପାଳ ପଦରୁ  ଜଗଦୀପ ଧନଖଡ ଇସ୍ତଫା ଦେଇଥିଲେ ଏବଂ  ମଣିପୁର  ରାଜ୍ୟପାଲ ଲା ଗଣେଶନଙ୍କୁ  ଜୁଲାଇରୁ ପଶ୍ଚମବଙ୍ଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଆଜି ରାଜ୍ୟପାଳ  ନିଯୁକ୍ତି ହୋଇଥିବା ଡ. ଆନନ୍ଦ ବୋଷ ଜଣେ ଅବସରପ୍ରାପ୍ତ  ଆଇଏଏସ ଅଫିସର  ଏବଂ ସେ ମେଘାଳୟ ସରକାରଙ୍କ ପରାମର୍ଶଦାତା ଅଛନ୍ତିି । ୧୯୭୭ ବ୍ୟାଚର ଆଏଏସ ବୋଷ ୨୦୧୧ରେ କେରଳର ମୁଖ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ । ଡ. ବୋଷ କେରଳର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପିକେ ବାସୁଦେବନ ନାୟାର ଏବଂ ସି. ପଦ୍ମାବତୀଆମ୍ମାଙ୍କ ପୁତ୍ର । ସେ କେରଳର  କୋଟ୍ଟାୟମରେ ୨ ଜାନୁଆରୀ, ୧୯୫୧ରେ ଜନ୍ମ ହୋଇଥିଲେ । ତାହ୍ଲକର ଦୀର୍ଗ ପ୍ରଶାସନୀକ କାର୍ଯ୍ୟକାଳରେ ସେ ଶିକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।    

Comments are closed, but trackbacks and pingbacks are open.