ଜନଜାତି ଗୌରବ ଦିବସ ପାଳନ ଅବସରରେରେ କଳା ଓ କଳାବସ୍ତୁ ପ୍ରଦର୍ଶନ

18

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ I ଏହି ଅବସରରେ ୧୨ଟି ଜନଜାତି ସଂପ୍ରଦାୟଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନ କରାଯାଇଛି । ସେଗୁଡ଼ିକ ହେଉଛି ଡଙ୍ଗରିଆ କନ୍ଧମାନଙ୍କର ସୂଚୀକର୍ମ,ଲୋଧାମାନଙ୍କର ବାଉଁଶ ଶିଳ୍ପ, ଭୋତଡ଼ା ମାନଙ୍କର ଧାନ୍ୟ ଶିଳ୍ପ, ଭୂମିଜ ଓ ସାନ୍ତାଳମାନଙ୍କର ସବାଇ ଶିଳ୍ପ, ସଉରା ଓ ଗଣ୍ଡମାନଙ୍କର ଚିତ୍ରକଳା, ବଣ୍ଡାମାନଙ୍କର ମାଳି କାମ, ଭୂମିଜଙ୍କର ପତ୍ରଶିଳ୍ପ, ଶବର ଓ ସାଉଁଟିମାନଙ୍କର ମୂର୍ତ୍ତିକା ଶିଳ୍ପ ଏବଂ ମୁଣ୍ଡାମାନଙ୍କର ଲାଖ ଶିଳ୍ପ । ଏହି କଳା ଓ କଳାବସ୍ତୁ ପ୍ରଦର୍ଶନରେ ବହୁ ସଂଖ୍ୟାରେ ଦର୍ଶକମାନେ ଆସି କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଜନଜାତି କଳାବସ୍ତୁ କ୍ରୟ କରୁଛନ୍ତି । ଏତଦ୍‌ବ୍ୟତୀତ କେରଳ ଏବଂ ମହାରାଷ୍ଟ୍ରର ଶକ୍ତି ସଚିବ, ଦକ୍ଷିଣ ଭାରତର ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ, ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ଏବଂ କଳାକାର ଏମ୍‌ ନସିର୍‌ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଏହି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି । ଇଟାଲୀ,ଆମେରିକା, ଇଂଲଣ୍ଡ, କାନାଡ଼ା ଇତ୍ୟାଦି ଦେଶରୁ ବିଦେଶୀ ପରିଦର୍ଶକମାନେ ମଧ୍ୟ ଆସି ଏହି ପ୍ରଦର୍ଶନ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଏହି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି । ଇଟାଲୀ,ଆମେରିକା, ଇଂଲଣ୍ଡ, କାନାଡ଼ା ଇତ୍ୟାଦି ଦେଶରୁ ବିଦେଶୀ ପରିଦର୍ଶକମାନେ ମଧ୍ୟ ଆସି ଏହି ପ୍ରଦର୍ଶନୀ ପରିଦର୍ଶନ କରି ଆନନ୍ଦିତ ହୋଇଛନ୍ତି ।

Comments are closed, but trackbacks and pingbacks are open.