୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା!

23

ଭୁବନେଶ୍ୱର: ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ହେବ । ଆଚରଣ ବିଧି ଉଠିବା ପରେ ଘୋଷଣ ହେବ । କ୍ରିୟାନୁଷ୍ଠାନ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସୂଚନା ଦେଇଛନ୍ତି କମିଟିର ଆବାହକ ଉମେଶ ସାହୁ । ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏଥିପୂର୍ବରୁ ବିଜେଡି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପରେ ଗଣମାଧ୍ୟମକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କ୍ରିୟାନ୍ୱୟନ କମିଟିର ସଦସ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସକାରାତ୍ମକ ଆଲୋଚନା ହୋଇଛି । ପଦ୍ମପୁର ଉପଖଣ୍ଡକୁ ଜଲ୍ଲା ଘୋଷଣା କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଆଗାମୀ ନିର୍ବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କମିଟି ଆବାହକ ଉମେଶ ସାହୁ କହିଛନ୍ତି ଯେ, ଆଚରଣ ବିଧି ଲାଗୁ ଦୃଷ୍ଟିରୁ ସରକାର ଏବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଘୋଷଣା କରିପାରୁନାହାନ୍ତି । ତାହା ଉଠିଲା ପରେ ଘୋଷଣା ହେବ । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ । ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ କ୍ରିୟାନୁଷ୍ଠାନ କମିଟି ଏଥିରେ ବହୁତ ଖୁସି ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.