ଝାରଖଣ୍ଡ ଦେଇ ଓଡ଼ିଶା ଏବଂ ବିହାର ମଧ୍ୟରେ ୩୩ଟି ରୁଟରେ ଚାଲିବ ବସ୍‌

22

ଭୁବନେଶ୍ୱର୍‌: ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ପ୍ରାୟ ୨୧,୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରିଛନ୍ତି । ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚଳାଚଳ କରିବ । ଏହି ନୂତନ ଚୁକ୍ତି ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବର୍କ୍ସ, ସିୱାନ୍‌, ଆରା, ହାଜିପୁର, ଚାପରା ନୱାଡା ଏବଂ ଓଡ଼ିଶାର ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନର ଲୋକେ ଅଧିକ ଲାଭବାନ ହେବେ । ଆଗରୁ ୧୫ଟି ରୁଟରେ ୯,୨୭୬ କିଲୋମିଟର ଅତିକ୍ରମ କରି ବସ ଚଳାଚଳ ହେଉଥିଲା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ବ୍ରଜବନ୍ଧୁ ଭୋଳ କହିଛନ୍ତି, ନୂତନ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା ବସ୍ ବିହାରରେ ୧୭,୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮,୭୮୪ କିଲୋମିଟର ଅତିକ୍ରମ କରିବ । ଏହି ବସ୍ ଗୁଡ଼ିକ ଝାରଖଣ୍ଡ ଦେଇ ରାଜ୍ୟରେ ୮,୦୩୨ କିଲୋମିଟର ଦୂରତା ଅତିକ୍ରମ କରିବ । ରାଜ୍ୟରେ ସଡ଼କ ପରିବହନକୁ ସୁଗମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ବିହାର ଏବଂ ଓଡ଼ିଶାର ପରିବହନ ବିଭାଗ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ସାଂସ୍କୃତିକ ମୂଳଦୁଆକୁ ଆହୁରି ମଜଭୁତ କରିବାରେ ମଧ୍ୟ ସହାୟକ ହେବ । ବିହାର ସହିତ ଏହି ନୂତନ ଅନ୍ତଃ-ରାଜ୍ୟ ଚୁକ୍ତି ନାମା ମଧ୍ୟ ନୂତନ ଅନ୍ତଃ-ରାଜ୍ୟ ବସ୍ ଅନୁମତି ପାଇଁ ବି ଦ୍ୱାର ଖୋଲିବ ।ଶ୍ରୀ ଭୋଳଳ ଆହୁରିସୂଚନା ଦେଇଛନ୍ତି ଯେ ଉଭୟ ରାଜ୍ୟରେ ୧୦୦ଟି ପରମିଟ୍ ରୁଟ ଖୋଲାଯିବ । ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ତେଲଲେଙ୍ଗାନା ସହ ମଧ୍ୟ ଏହିଭଳି ଚୁକ୍ତିନାମଳ ଆଲୋଚନା ଜାରି ରହିଛି ।

Comments are closed, but trackbacks and pingbacks are open.