ପଦ୍ମପୁର ଉପନିର୍ବାଚନ: ସତ୍ୟ ଭୂଷଣ ସାହୁ ହେଲେ କଂଗ୍ରେସ ପ୍ରାର୍ଥୀ

26

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି । ଶନିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅନୁମୋଦନ କରିବା ପରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ରେ ବିଧାୟକ ହୋଇଥିଲେ । ହେଲେ ୨୦୦୯ ଓ ୨୦୧୯ ସାଧାରଣ ନିର୍ବାଚନରେ ସତ୍ୟ ଭୂଷଣ ୨ୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନରେ ସ୍ୱର୍ଗତ ବିଜୟ ରଂଜନ ସିଂହ ବରିହା ବିଜୟୀ ହୋଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨ୟ ସ୍ଥାନ ଓ ସତ୍ୟ ଭୂଷଣ ୩ୟ ସ୍ଥାନରେ ଥିଲେ । ମାତ୍ର ୨୦୧୪ରେ କଂଗ୍ରେସରୁ ତାଙ୍କୁ ଟିକେଟ୍ ମିଳି ନ ଥିଲା । ଏଥର ସେ ଟକେଟ୍ ପାଇଛନ୍ତି ।

Comments are closed, but trackbacks and pingbacks are open.