ବିଶ୍ୱର ଦୁଃଖୀ ଗରିଲା

29

‘ବୁଆ ନୋଇ’ ନାମକ ଏକ ଗରିଲା ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୩୩ ବର୍ଷ ଧରି ଏକାକୀ ପିଞ୍ଜରାରେ ବନ୍ଦୀ ଜୀବନ ଅତିବାହିତ କରୁଛି । ଏହି କାରଣ ଯୋଗୁଁ ଗରିଲାଟି ବିଶ୍ୱର ଦୁଃଖୀ ଗରିଲା ଭାବେ ପରିଚିତ । ଥାଇଲାଣ୍ଡ ବ୍ୟାକଂକ୍‌ର ଏକ ସପିଂ ମଲ୍ ଚିଡିଆଖାନାର ଏକ ପିଞ୍ଜରାରେ ଅଛି । ଗରିଲା ବର୍ଷକର ହୋଇଥିବା ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଏହାକୁ ଉକ୍ତ ସପିଂ ମଲ୍‌କୁ ଅଣାଯାଇଥିଲା । ସେବେଠୁ ଏହା ପିଞ୍ଜରାରେ ଏ ଯାବତ୍ ଅଛି । ପାଟା ପିନାକଲୋ ହେଉଛି ବ୍ୟାକଂକ୍‌ର ସବୁଠୁ ପୁରାତନ ମଲ୍ । ସେହିପରି ବିିଭିନ୍ନ ସମୟରେ ପେଟା ତଥା ଅନ୍ୟ କର୍ମକର୍ତ୍ତା ଗରିଲାକୁ ଏଠାରୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରି ନାହାନ୍ତି । ତେବେ ବିଲୁପ୍ତ ପ୍ରାଣୀଙ୍କୁ କିଣିବା ଲାଗି ଯେତେବେଳେ କଟକଣା ନ ଥିଲା, ସେତେବେଳେ ଗରିଲାକୁ ସପିଂ ମଲ୍‌ର ମାଲିକ କିଣିଥିଲେ । ଏଣୁ ଚିଡିଆଖାନାର ମାଲିକ ଚାହିଁଲେ, ଗରିଲା ଏଠାରୁ ମୁକ୍ତ ହୋଇପାରିବ । ଯଦିଓ ଏହାକୁ କିଣିବା ଲାଗି ମାଲିକଙ୍କୁ ଅଫର ପ୍ରଦାନ କରାଯାଇଥିଲା । ତଥାପି ସେ ଏ ଲାଗି ୬ କୋଟି ଟଙ୍କା ସର୍ତ୍ତ ରଖିଥିଲେ । ତେବେ ଚିଡିଆଖାନାରେ ଗରିଲାର ଉପଯୁକ୍ତ ଦେଖାଶୁଣା କରାଯାଉଥିବା ଏହାର ମାଲିକ ସ୍ପଷ୍ଟ କରିଛନ୍ତି ।

Comments are closed, but trackbacks and pingbacks are open.