ଧାମନଗରରେ ନିଜ ପ୍ରତିଶ୍ରୁତି ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ: ୧୮ ମାସରେ ୫ ବର୍ଷର କାମ କରନ୍ତୁ: ସୂରଜ

22

ଭୁବନେଶ୍ୱର: ନିଜ ପ୍ରତିଶ୍ରତି ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ପୂର୍ବରୁ ସେ ଧାମନଗର କେମିତି ଆଗକୁ ବଢ଼ିବ, ତାହା ସେ ନିଜେ ଦେଖିବେ ବୋଲି କହିଥିଲେ । ତେଣୁ ଏବେ ଅସଲ ସମୟ ଆସିଛି । ସେ ଏହି ନିର୍ବାଚନ କ୍ଷେତ୍ରର ବିକାଶ ଦାୟିତ୍ୱ ନିଅନ୍ତୁ । ସୋମବାର ଏହା କହିଛନ୍ତି ଧାମନଗର ଉପନିର୍ବାଚନରେ ବିଜୟୀ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି ଯେ, ଗତ ୩୧ରେ ଧାମନଗର ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଜରିଆରେ ଧାମନଗର ବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି । ଧାମନଗର ହିଁ ସବୁଠାରୁ ବଡ଼ ପରିଚୟ । ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ସବୁବର୍ଗର ଲୋକଙ୍କ କଲ୍ୟାଣ କରିବୁ । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗର କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି । ଏଇ ୧୮ ମାସ ଭିତରେ ଆମେ ୫ ବର୍ଷର କାମ କରିପାରିବା ବୋଲି ସେ ପ୍ରକାଶ କରିଥିଲେ । ତେଣୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନୁହେଁ ବୋଲି ସୂରଜ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.