ଟ୍ରେନ୍‍ରେ ଏକୁଟିଆ ଯାଉଥିଲେ…

26

-ଟ୍ରେନ୍‍ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ଟିକଟ କିଣି ରଖନ୍ତୁ ।
-ଅଧିକ ଜିନିଷ ସାଙ୍ଗରେ ନିଅନ୍ତୁ ନାହିଁ । ଓହ୍ଲାଇବା ସମୟରେ ଅସୁବିଧାରେ ପଡ଼ିବେ ।
-ଯେଉଁ ବଗିରେ ମହିଳା ଗୋଟେ ନାହାନ୍ତି, ସେପରି ବଗିରେ ବସନ୍ତୁ ନାହିଁ ।
-ଖାଇବା ଜିନିଷ ବା ପାଣି ପାଇଁ ବାରମ୍ବାର ଓହ୍ଲାନ୍ତୁ ନାହିଁ । ଆଗରୁ ପାଣି ବୋତଲ ଆଉ ଖାଇବା ଜିନିଷ ପ୍ୟାକ୍‍ କରି ନିଅନ୍ତୁ ।
-କେହି ଅପରିଚିତ ଲୋକ ଆଳାପ କରିବାକୁ ଇଚ୍ଛା କଲେ ସଂକ୍ଷିପ୍ତ ଉତ୍ତର ଦେଇ ଶେଷ କରନ୍ତୁ । ବ୍ୟକ୍ତିଗତ କଥା କହି ଅଯଥା ଦୋସ୍ତି କରନ୍ତୁ ନାହିଁ ।


-ନିଜ ଆଡ଼ୁ ବନ୍ଧୁତା ସୃଷ୍ଟି କରନ୍ତୁ ନାହିଁ । ଏକୁଟିଆ ଲାଗିଲେ ବାହାରର ପ୍ରାକୃତିକ ଦୃଶ୍ୟ ଦେଖନ୍ତୁ କିମ୍ବା ମାଗାଜିନ୍‍ ପଢ଼ନ୍ତୁ ।
-ନିଜ ଜିନିଷ ପତ୍ର କାହା ମାର୍ଫତରେ ଛାଡ଼ି ଦିଅନ୍ତୁ ନାହିଁ । ମଝିରେ ମଝିରେ ଜିନିଷ ଉପରେ ନଜର ପକାନ୍ତୁ ।
-ବେଶି ଗହଣା ପତ୍ର ଏବଂ ବେଶି ମେକ୍‍ଅପ୍‍ ନେଇ ଯାଆନ୍ତୁ ନାହିଁ ।
-ଛୋଟ ଛୁଆ ଥିଲେ ପାଣି ବୋତଲ, କ୍ଷୀର ବୋତଲ, ଗ୍ଲାସ, ତଉଲିଆ, ରୁମାଲ, ପାଉଡ଼ର, ପାନିଆ ଆଦି ହାତ ପାଖରେ ରଖନ୍ତୁ । ଛୋଟ ଛୁଆକୁ ଅନ୍ୟ କାହାକୁ ଧରିବାକୁ ଦେଇ ନିଶ୍ଚିତ ହୋଇ ରୁହନ୍ତୁ ନାହିଁ ।
-ଏକା ଯାଉଛନ୍ତ ଭାବି ଅନ୍ୟ ମନସ୍କ ହେବା ଠିକ୍‍ ନୁହେଁ ।
-ଅଜଣା ଲୋକ ସହ ବୃଥା ବନ୍ଧୁତା ସୃଷ୍ଟି କରି ସାହାଯ୍ୟ, ସହଯୋଗ ଆଶା କରିବା ବୋକାମୀ ।
-ଆବଶ୍ୟକତାରୁ ଅଧିକ ଟଙ୍କା ସାଙ୍ଗରେ ନିଅନ୍ତୁ ନାହିଁ ।
-ଟ୍ରେନ୍‍ରେ କୌଣସି କାରଣରୁ ବାଟରେ ଅଟକି ଗଲେ ବ୍ୟସ୍ତ ହୋଇପଡ଼ନ୍ତୁ ନାହିଁ । ଫୋନ୍‍ କରି ଘର ଲୋକଙ୍କୁ ଜଣାଇ ଦିଅନ୍ତୁ ।
-କୌଣସି ବିପଦ ଆଶଙ୍କା କରିବାର ବହୁ ପୂର୍ବରୁ ଚେନ୍‍ ଟାଣି ଦିଅନ୍ତୁ ।

Comments are closed, but trackbacks and pingbacks are open.