ବ୍ରଣ ଦୂର ପାଇଁ ବଦଳାନ୍ତୁ ଅଭ୍ୟାସ

30

ମୁହଁ ବ୍ୟତୀତ ଛାତି, କାନ୍ଧ, ପିଠି, ବେକରେ ବ୍ରଣ ଦେଖାଯାଏ । ତେବେ ପ୍ରସାଧନୀ ସାମଗ୍ରୀ ବ୍ୟବହାରରେ ଏହା ପରିଲକ୍ଷିତ ହୁଏ ତାହା ନୁହେଁ । ବେଳେ ବେଳେ ଅନିୟମିତ ଜୀବନଶୈଳୀ ବ୍ରଣ ସମସ୍ୟା ପାଇଁ ଦାୟୀ । ସେଥିପାଇଁ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆବଶ୍ୟକ । ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ଲୁଟେନ୍ ଫ୍ରି ଡାଏଟ୍ ଉପରେ ଗୁରୁତ୍ୱ ଦେବା ଜରୁରି ।

ଦୁଗ୍ଧଜାତୀୟ ଖାଦ୍ୟ ଖାଇଲେ ହର୍ମୋନ୍ ସନ୍ତୁଳନ ବିଗିଡ଼ିଯାଏ । ଏହା ଦ୍ୱାରା ବ୍ରଣ ଆଶଙ୍କା ଅଧିକ ବଢ଼ିଥାଏ । ସେହିପରି ତୈଳଯୁକ୍ତ ଖାଦ୍ୟ ଖାଇଲେ ଏହି ସମସ୍ୟା ଦେଖାଦିଏ । ଫଳ ଓ ପନିପରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଦିନକୁ ତିନି ଲିଟର ପାଣି ପିଇବା ନିହାତି ଆବଶ୍ୟକ ।

Comments are closed, but trackbacks and pingbacks are open.