ତିନି ଭାଷାରେ ରିଲିଜ୍ ହୋଇଥିଲା ‘ମୁଗଲ-ଏ ଆଜମ୍‌’

29

୧୯୬୦ ମସିହାର ମୁଗଲ-ଏ ଆଜମ୍ ଥିଲା ସବୁଠୁ ଲୋକପ୍ରିୟ ଫିଲ୍ମ । ଏହି ଫିଲ୍ମ ନିର୍ମାଣ ହେବାକୁ ୧୬ ବର୍ଷ ଲାଗିଥିଲା । ତେବେ ଏହାକୁ ଏତେ ସୁନ୍ଦର ଭାବେ ତିଆରି କରାଯାଇଥିଲା ଯେ, ଆଜି ବି ଲୋକେ ଦିଲୀପ କୁମାର ଓ ମଧୁବାଲାଙ୍କ ଅଭିନୟକୁ ଭୁଲିପାରି ନାହାନ୍ତି । ତେବେ ଫିଲ୍ମ ତିଆରି ହେବାକୁ ଏତେ ବର୍ଷ ଲାଗିବା ପଛରେ ବି କାରଣ ଅଛି । ଫିଲ୍ମର ପ୍ରତିଟି ଦୃଶ୍ୟକୁ ତିନିଟି ଅଲଗା ଅଲଗା ଭାଷାରେ ସୁଟିଂ କରାଯାଇଥିଲା । ପ୍ରଥମେ ହିନ୍ଦୀ । ତା’ପରେ ଇଂରାଜି ଓ ଶେଷରେ ଏହାକୁ ତାମିଲ ଭାଷାରେ ସୁଟିଂ ହୋଇଥିଲା । ଏହି କାରଣ ପାଇଁ ପ୍ରତିଟି ଦୃଶ୍ୟର ସୁଟିଂ ଲାଗି ଅଧିକ ସମୟ ସହ କଳାକାରଙ୍କୁ ଖୁବ୍ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥିଲା । ସେହିପରି ଏହାକୁ ହିନ୍ଦୀ ସମେତ ଇଂରାଜି ଓ ତାମିଲରେ ମଧ୍ୟ ରିଲିଜ୍ କରାଯାଇଥିଲା । କୁହାଯାଏ, ସିନେମାର ହିନ୍ଦୀ ଓ ଇଂରାଜି ଭାଷାରେ ନିର୍ମିତ ଏହି ସିନେମାକୁ ଯେତିକି ଦର୍ଶକୀୟ ଆଦୃତି ମିଳିପାରିଛି, ଅନ୍ୟ ଭାଷାରେ ଏହାକୁ ଦର୍ଶକେ ପସନ୍ଦ କରି ନାହାନ୍ତି । ୧୯୬୧ରେ ତେଲୁଗୁରେ ଡବିଂ ହେବା ପରେ ଏହାକୁ ‘ଅକବର୍‌’ ନାଁରେ ରିଲିଜ୍ କରାଯାଇଥିଲା ।

Comments are closed, but trackbacks and pingbacks are open.