ନିତିଦିନ ପିଅନ୍ତୁ ନଡ଼ିଆ ପାଣି

26

ନଡ଼ିଆ ପାଣିରେ ପୋଷକ ତତ୍ତ୍ୱ ପରିମାଣ ଅଧିକ । ଏଥିରେ ପୋଟାସିୟମ୍ ପରିମାଣ ମଧ୍ୟ ବେଶି । ଏହା ଶରୀରରୁ ଅତିରିକ୍ତ ପାଣି ବାହାର କରି ଶରୀରକୁ ଡିଟକ୍ସିଫାଏ କରିଥାଏ । ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ନିତିଦିନ ପିଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ପିଏଚ୍ ସ୍ତରକୁ ନିୟନ୍ତ୍ରଣରେ ରଖେ ଓ ଏସିଡିଟି ସମସ୍ୟାରୁ ମୁକ୍ତି ଦିଏ । ସେହିପରି ନଡ଼ିଆ ପାଣି କେଶ ବୃଦ୍ଧି ଏବଂ ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଏହି ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ । ଅନ୍ୟପଟେ ନଡ଼ିଆ ପାଣିରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ପାଚନତନ୍ତ୍ରକୁ ଠିକ୍ ରଖିଥାଏ ।

Comments are closed, but trackbacks and pingbacks are open.