୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

25

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧ ତାରିଖରୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଆସନ୍ତା କାଲି ୨୦ ତାରିଖ ଦିନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ପ୍ରତି ବର୍ଷ ବର୍ଷା ଋତୁ ଆଗମନ ପୂର୍ବରୁ ଶିମିଳିପାଳ ଭ୍ରମଣ ନିମନ୍ତେ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ପ୍ରବେଶ ନିଷେଧ କରାଯିବା ସହିତ ବର୍ଷା ଋତୁ ପରେ ଅଭୟାରଣ୍ୟ ମଧ୍ୟରେ ରାସ୍ତାଘାଟର ମରାମତି ପରେ ନଭେମ୍ବର ୧ ତାରିଖଠାରୁ ପର୍ଯ୍ୟଟକ ମାନଙ୍କ ଭ୍ରମଣ ସକାଶେ ଶିମିଳିପାଳ ଖୋଲା ଯାଇଥାଏ। ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୧ ତାରିଖଠାରୁ ପୂର୍ବ ଭଳି ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ପିଠା ବଟା ତନଖି ଫାଟକ ମଧ୍ୟ ଦେଇ ପର୍ଯ୍ୟଟକମାନଙ୍କୁ ସ୍ଥାନୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ପତ୍ର ସଂଗ୍ରହ କରିବାକୁ ପଡ଼ିବ।`ପ୍ରତିଦିନ ଉଭୟ ଫାଟକ ମଧ୍ୟ ଦେଇ ନିର୍ଦ୍ଦିଷ୍ଟ ସଂଖ୍ୟକ ଚାରିଚକିଆ ଯାନ ପ୍ରବେଶ ନିମନ୍ତେ ଅନୁମତି ମିଳିବା ସହିତ ପୂର୍ବଭଳି ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ନୀତିନିୟମ ପାଳନ ଅପରିବର୍ତ୍ତିତ ରଖାଯାଇଛି। ତେବେ ଅଭୟାରଣ୍ୟ ମଧ୍ୟରେ ରାତ୍ରିଯାପନ ନିମନ୍ତେ ଇଛୁକ ପର୍ଯ୍ୟଟକମାନେ ଆସନ୍ତା ୨୫ ତାରିଖଠାରୁ ଅନଲାଇନ ଯୋଗେ ଆରକ୍ଷଣ ଆରମ୍ଭ ହେବ।

Comments are closed, but trackbacks and pingbacks are open.