ରୁଷ୍‌ର ସୁଖୋଇ ଜେଟ୍ ଦୁର୍ଘଟଣାଗ୍ରସ୍ତ, ୧୩ ମୃତ

35

ମସ୍କୋ: ରୁଷ୍ ବାୟୁସେନାର ଏକ ଲଢୁଆ ସୁଖୋଇ-୩୪ ଜେଟ୍ ବିମାନ ସୋମବାର ୟୁକ୍ରେନ୍ ନିକଟବର୍ତ୍ତୀ ୟେସ୍କ୍ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏକ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଧକ୍କା ଖାଇବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି । ଦୁଇଜଣ ପାଇଲଟ୍ ପାରାଚ୍ୟୁଟ୍ ସାହାଯ୍ୟରେ ଜୀବନ ବଞ୍ଚାଇଥିବା କୁହାଯାଇଛି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସ ଉଦ୍ଧାର କରାଯାଇଥିବାବେଳେ ସେଥିରେ ରେକର୍ଡ ହୋଇଥିବା ସୂଚନାକୁ ତର୍ଜମା କରାଯାଉଛିି । ଦୁର୍ଘଟଣା ସମୟରେ ଉକ୍ତ ଆପାର୍ଟମେଣ୍ଟରେ ପ୍ରାୟ ୬୦୦ ଲୋକ ରହିଥିବା ଜଣାପଡିଛି । ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments are closed, but trackbacks and pingbacks are open.